ଓଡ଼ିଶା

ରାଜ୍ୟରେ ବୃଦ୍ଧି ପାଉଛି ସଂକ୍ରମଣ , ଦିନକରେ ୫୭୨ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଛି ସଂକ୍ରମଣ । ଦୈନିକ ସଂକ୍ରମଣ ୫ ଶହ ପାର୍‌ କରି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୬ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୩୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୬୯ ଜଣ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ୨୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୮ ଏବଂ ସୁନ୍ଦରଗଡ଼ରୁ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୪, ବାଲେଶ୍ୱର ୧୨, ବରଗଡ଼ ୧, ଭଦ୍ରକ ୩, ବଲାଙ୍ଗୀର ୨, ବୌଦ୍ଧ ୧, ଦେବଗଡ଼ ୨, ଗଜପତି ୫, ଜଗତସିଂହପୁର ୮, ଯାଜପୁର ୧୫, ଝାରସୁଗୁଡ଼ା ୬, କଳାହାଣ୍ଡି ୫, କନ୍ଧମାଳ କେନ୍ଦ୍ରାପଡ଼ା ୧, କେନ୍ଦୁଝର ୩, କୋରାପୁଟ ୪, ମୟୂରଭଞ୍ଜ ୧୬, ନୟାଗଡ଼ ୫, ନୂଆପଡ଼ା ୮, ପୁରୀ ୧୨, ରାୟଗଡ଼ା ୨, ସମ୍ବଲପୁରରୁ ୪୧ ଏବଂ ସୋନପୁରରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ପୁଲ୍‌ ସଂଖ୍ୟା ରହିଛି ୫୩।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୪,୦୭୬ରେ ପହଞ୍ଚିଥିବା ବେଳେ ୧୨,୮୧,୫୩୭ ଜଣ ସୁସ୍ଥ ହୋଇଛନ୍ତି। ୩୩୬୦ଜଣ ଚିକିିତ୍ସିତ ହେଉଛନ୍ତି।

Show More

Related Articles

Back to top button