Breaking PLUSଦେଶ ବିଦେଶମୁଖ୍ୟ ଖବର
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 45,576 ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ
ଦେଶରେ ପୁଣି ଥରେ ବଢିବାରେ ଲାଗିଛି ମହାମାରୀ କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଭାରତରେ 45,576 ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜିର ନୂଆ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟାକୁ ମିଶାଇ ଦେଶରେ ଆଜି ମୋଟ କରୋନା ମାମଲା 89,58,484 କୁ ବୃଦ୍ଧି ପାଇଛି

ଦେଶରେ ପୁଣି ଥରେ ବଢିବାରେ ଲାଗିଛି ମହାମାରୀ କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଭାରତରେ 45,576 ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜିର ନୂଆ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟାକୁ ମିଶାଇ ଦେଶରେ ଆଜି ମୋଟ କରୋନା ମାମଲା 89,58,484 କୁ ବୃଦ୍ଧି ପାଇଛି । ସେହିଭଳି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 585 ଜଣ ଲୋକଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା 1,31,578 କୁ ବୃଦ୍ଧି ପାଇଛି | ସେହ ଭଳି ଦେଶରେ 4,43,303 ଜଣ ସକ୍ରିୟ ରୋଗୀ ବର୍ତ୍ତମାନ ଚିତ୍କିସିତ ହେଉଥିବାବେଳେ 83,83,603 ଜଣ ରୋଗୀ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି |