Breaking PLUSଦେଶମୁଖ୍ୟ ଖବର

ମଧ୍ୟପ୍ରଦେଶକୁ ମିଳିଲା ଚତୁର୍ଥ ବନ୍ଦେ ଭାରତ ଟ୍ରେନ, ଶୁଭାରମ୍ଭ କଲେ ପିଏମ ମୋଦି

ଭୋପାଳ, 12 ମାର୍ଚ୍ଚ – ମଧ୍ୟପ୍ରଦେଶକୁ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ଅହମଦାବାଦରେ ଆୟୋଜିତ କାର୍ଯ୍ୟକ୍ରମରେ ଭିସି ଜରିଆରେ ସବୁଜ ପତାକା ଦେଖାଇ ଖଜୁରୋହରୁ ହଜରତ ନିଜାମୁଦ୍ଦିନ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ମଧ୍ୟପ୍ରଦେଶରେ ଏହା ଚତୁର୍ଥ ବନ୍ଦେ ଭାରତ ଟ୍ରେନ । ଏହାପୂର୍ବରୁ ପିଏମ ମୋଦି ମଧ୍ୟପ୍ରଦେଶକୁ ତିନୋଟି ବନ୍ଦେ ଭାରତ ଟ୍ରେନ ଭେଟି ଦେଇଛନ୍ତି ।
ପିଏମ ମୋଦି ସାରା ଦେଶରେ 10ଟି ନୂଆ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହାସହିତ 85ହଜାର କୋଟିରୁ ଅଧିକ 6ହଜାର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଶହେ ବର୍ଷ ରେଲୱେ ଇତିହାସରେ ଏହା ସବୁଠୁ ବଡ କାର୍ଯ୍ୟକ୍ରମ ବୋଲି ପିଏମ ମୋଦି କହିଛନ୍ତି ।

Show More

Related Articles

Back to top button