Breaking PLUSଦେଶ ବିଦେଶମୁଖ୍ୟ ଖବର

କରୋନାରେ ଲାଗୁଛି ବ୍ରେକ୍, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୧୪୯ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା କମୁଥିବାବେଳେ ସୁସ୍ଥତାହାର ମଧ୍ୟ ବଢିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟା ୫୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ପାଞ୍ଚ ଶହ ତଳକୁ ଖସିଛି । ଦିନକରେ ସାରା ଦେଶରେ ସଂକ୍ରମିତ ହୋଇଛନ୍ତି ୪୫ ହଜାର ୧୪୯ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୯ ହଜାର ୯୬୦ କୁ ବୃଦ୍ଧି ପାଇଛି ।

ଆଶ୍ୱସ୍ତିକର ଖବର ହେଉଛି ଏଣିକି ଦେଶରେ ମୃତ୍ୟୁସଂଖ୍ୟା କ୍ରମାଗତ ଭାବରେ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୪୮୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ୧ ଲକ୍ଷ ୧୯ ହଜାର ୧୪ରେ ପହଞ୍ଚିଛି ଦେଶରେ କରୋନା ମୃତ୍ୟୁସଂଖ୍ୟା । ମୃତ୍ୟୁହାର ରହିଛି ୧.୫୦% ।

ଏବେ ପ୍ରତିଦିନ କୋରନାରୁ ଆରୋଗ୍ୟ ଲାଭ କରୁଛନ୍ତି ଅଧିକ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୫୯ ହଜାର ୧୦୫ ଆକ୍ରାନ୍ତ । ମୋଟ୍ ସୁସ୍ଥଙ୍କ ସଂଖ୍ୟା ୭୧ ଲକ୍ଷ ୩୭ ହଜାର ୨୨୯କୁ ବଢ଼ିଛି । ଦେଶରେ ମୋଟ୍ ୯୦ ପ୍ରତଶତ ଆରୋଗ୍ୟ ଲାଭ କଲେଣି ।

Show More

Related Articles

Back to top button