Breaking PLUSଦେଶ ବିଦେଶମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୩ ହଜାର ୩୩୭ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ଦେଶରେ ଦିନକୁ ଦିନକୁ ଦିନ ଅସମ୍ଭାଳ ହେଲାଣି ମହାମାରୀ କରୋନା । ଦେଶରେ ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି

ଦେଶରେ ଦିନକୁ ଦିନକୁ ଦିନ ଅସମ୍ଭାଳ ହେଲାଣି ମହାମାରୀ କରୋନା । ଦେଶରେ ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୩ ହଜାର ୩୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୪୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫,୬୧୯ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ଲକ୍ଷ ୮ହଜାର ୧୫କୁ ବୃଦ୍ଧି ପାଇଛି । ଏହାସହ ଦେଶରେ ବର୍ତ୍ତମାନ ମୋଟ ସକ୍ରିୟ ମାମଲା ୧୦,୧୩ ,୯୬୪ରହିଥିବା ବେଳେ ୪୨,୦୮,୪୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Show More

Related Articles

Back to top button