Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ରେକର୍ଡ ଭାଙ୍ଗୁଛି କରୋନା, ଗତ 24 ଘଣ୍ଟା ମଧ୍ୟରେ 97,894 ଜଣ ନୂଆ କରୋନା ରୋଗୀ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ଭାରତରେ 97,894 ଜଣ ନୂଆ କରୋନା ଭାଇରସ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ନୂତନ ମାମଲା ସହିତ ଭାରତରେ ସଂକ୍ରମିତ ସଂଖ୍ୟା 51 ଲକ୍ଷ ଅତିକ୍ରମ କରିଛି

ଗତ 24 ଘଣ୍ଟା ମଧ୍ୟରେ ଭାରତରେ 97,894 ଜଣ ନୂଆ କରୋନା ଭାଇରସ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ନୂତନ ମାମଲା ସହିତ ଭାରତରେ ସଂକ୍ରମିତ ସଂଖ୍ୟା 51 ଲକ୍ଷ ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1,132 ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଦେଶରେ ସମୁଦାୟ ସକରାତ୍ମକ ମାମଲା 51,18,254 କୁ ବୃଦ୍ଧି ପାଇଛି ଯେଉଁଥିରୁ 10,09,976 ସକ୍ରିୟ ମାମଲା ଅଟେ । ଏହା ସହ ଦେଶରେ ବର୍ତ୍ତମାନ ସୁଦ୍ଧା 40,25,080 ଜଣ ରୋଗୀ କରୋନାରୁ ସୁସ୍ଥ ହୋଇସାରିଲେଣି ଏବଂ ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ହେଉଛି 83,198 | ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) କହିଛି ଯେ ଗତକାଲି (16 ସେପ୍ଟେମ୍ବର) ସୁଦ୍ଧା କରୋନା ଜୀବାଣୁର ସୂଚନା ପାଇବା ପାଇଁ ଦେଶରେ ମୋଟ 6,05,65,728 ଟି ନମୁନା ପରୀକ୍ଷା କରାଯାଇଛିସେଥିମଧ୍ୟରୁ ଗତକାଲି କେବଳ 11,36,613 ନମୁନା ପରୀକ୍ଷା କରାଯାଇଛି ।

Show More

Related Articles

Back to top button