Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଏସୀୟ କ୍ରୀଡା ଫାଇନାଲରେ ମହିଳା କବାଡି ଟିମ୍

ହାଙ୍ଗଝୋ-ଏସୀୟ କ୍ରୀଡାର ଫାଇନାଲରେ ପ୍ରବେଶ କରିଛି ମହିଳା କବାଡି ଟିମ୍ । ଦୁଇଥରର ପୂର୍ବ ଚାମ୍ପିୟାନ ଭାରତ ଶୁକ୍ରବାର ମହିଳା କବାଡି ଇଭେଣ୍ଟରେ ନେପାଳ ଉପରେ 61-17 ପଏଣ୍ଟର ଦମଦାର ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି । ଏହି କ୍ରୀଡାରେ ଭାରତୀୟ ମହିଳା କବାଡି ଟିମ୍ ହାସଲ କରିଥିବା ସ୍କୋର ସର୍ବୋଚ୍ଚ ଅଟେ । ଦକ୍ଷିଣ କୋରିଆ ବିପକ୍ଷରେ ଭାରତର ସ୍କୋର 56 ପଏଣ୍ଟ ଥିଲା । ଦ୍ୱିତୀୟ ସେମି ଫାଇନାଲ ଟିମ୍ ଇରାନ ଓ ଚୀନ ମଧ୍ୟରେ ହେବାକୁ ଥିବା ବେଳେ ଏହାର ବିଜେତା ସହ ମୁକାବିଲା କରିବ ଭାରତ ।

Show More

Related Articles

Back to top button