
ହୋଙ୍ଗଝୁ- ଏସୀୟ କ୍ରୀଡାରେ ଭାରତୀୟ ସୁଟରଙ୍କ ସ୍ୱର୍ଣ୍ଣିମ ପ୍ରଦର୍ଶନ ଜାରି ରହିଛି । ଗୁରୁବାର ଭାରତ ପୁରୁଷ 10 ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ସରବଜୋତ ସିଂହ, ଶିବ ନରଭାଲ ଏବଂ ଅର୍ଜୁନ ସିଂହ ଚିମାଙ୍କ 3ଜଣିଆ ଭାରତୀୟ ଟିମ୍ ମୋଟ୍ 1734 ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ହାସଲ କରିଛି । ସେହିପରି 1733 ପଏଣ୍ଟ ସହ ଚୀନ ରୌପ୍ୟ ପଦକ ହାସଲ କରିଛି । 1730 ପଏଣ୍ଟ ସହ ଭିଏତନାମ ବ୍ରୋଞ୍ଜ ପଦକ ହାସଲ କରିଛି ।
ସରବଜୋତ 580 ପଏଣ୍ଟ ସହ ପଞ୍ଚମ ଏବଂ ଅର୍ଜୁନ 578 ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ଅଛନ୍ତି । ଏବଂ ବ୍ୟକ୍ତିଗତ ଭାବେ ଫାଇନାଲ ପାଇଁ କ୍ୱାଲିଫାଏ ହୋଇଛନ୍ତି । ସେହିପରି ଶିବା 576 ପଏଣ୍ଟ ସହ 14ତମ ସ୍ଥାନରେ ଅଛନ୍ତି ।
ଏଠାରେ ଉଲ୍ଲେଖନୀୟ ଏପର୍ଯ୍ୟନ୍ତ ଭାରତୀୟ ସୁଟର ଏସୀୟ କ୍ରୀଡାରେ 4ଟି ସ୍ୱର୍ଣ୍ଣ ପଦକ ସହ 13ଟି ପଦକ ଜିତିଛନ୍ତି ।