Breaking PLUSଖେଳଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ୱାର୍ଲ୍ଡକପ୍ କ୍ରିକେଟ ମହାକୁମ୍ଭ ପାଇଁ ଭାରତରେ ପହଞ୍ଚିଲେ ବିଦେଶୀ ଟିମ୍

ହାଇଦ୍ରାବାଦ- ଅକ୍ଟୋବର 5ରୁ ଆରମ୍ଭ ହେବ ୱାର୍ଲ୍ଡ କପ୍ କ୍ରିକେଟ ମହାକୁମ୍ଭ । ଏଥିପାଇଁ ବିଦେଶୀ ଟିମର ଆଗମନ ଆରମ୍ଭ ହୋଇଛି । ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ -2023 ପାଇଁ ଭାରତରେ ପହଞ୍ଚିଛି ନ୍ୟୁଜିଲାଣ୍ଡ ଟିମ୍ । ଏହି ଟିମ୍ ବୁଧବାର ରାତିରେ ହାଇଦ୍ରାବାଦ ଏୟାରପୋର୍ଟରେ ପହଞ୍ଚିଥିଲା । ପାକିସ୍ତାନ କ୍ରିକେଟ ଟିମ ମଧ୍ୟ ବୁଧବାର ଭାରତରେ ପହଞ୍ଚିଛି ।

ନ୍ୟୁଜିଲାଣ୍ଡ ଶୁକ୍ରବାର ଦିନ ପାକିସ୍ତାନ ବିରୁଦ୍ଧରେ ଅଭ୍ୟାସ ମ୍ୟାଚ ଖେଳି ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ଏହି ଇଭେଣ୍ଟର 13 ତମ ସଂସ୍କରଣରେ ଲୋଭନୀୟ ବିଶ୍ୱକପ୍ ଟ୍ରଫି ପାଇଁ ମୋଟ 10 ଟି ଦଳ ପ୍ରତିଦ୍ୱନ୍ଦ୍ୱିତା କରିବେ । ଆୟୋଜକ ଦଳ ହୋଇଥିବାରୁ ଭାରତ ସିଧା କ୍ୱାଲିଫାଏ କରିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ବାଂଲାଦେଶ, ପାକିସ୍ତାନ, ଅଷ୍ଔ୍ରେଲିଆ, ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ସୁପର ଲିଗରୁ ଆଗକୁ ଯାଇଛନ୍ତି ।
10ଟି ସ୍ଥାନରେ 48ଟି ମ୍ୟାଚ ଖେଳାଯିବ । ଏହା ଅକ୍ଟୋବର 5ରୁ ଆରମ୍ଭ ହେବ । ଗତଥରର ଚାମ୍ପିୟାନ ଏବଂ ରନର୍ସ ଅପ୍ ନ୍ୟୁଜିଲାଣ୍ଡକୁ ଭେଟିବ ।

Show More

Related Articles

Back to top button