ଖେଳଦେଶମୁଖ୍ୟ ଖବର

ଶେଷ ଟି-୨୦ ମ୍ୟାଚରେ ଟସ୍ ଜିତିଲା ଭାରତ

ଇନ୍ଦୋର: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ ଆଗୁଆ ଜିତି ସାରିଥିବା ଟିମ୍‌ ଇଣ୍ଡିଆ ଆଜି ଶେଷ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ୨-୦ରେ ସିରିଜ ହାରି ସାରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବ। ଭାରତ ସିରିଜ୍‌ ଜିତି ସାରିଥିବାରୁ ଆଜିର ମ୍ୟାଚ୍‌ରେ ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ସେହିପରି ଦ୍ରୁତବୋଲର ଅର୍ଶଦୀପ ସିଂହ ସାମାନ୍ୟ ଆହତ ହୋଇଥିବାରୁ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି। ଏହି ୩ ଖେଳାଳିଙ୍କ ବଦଳରେ ଶ୍ରେୟସ ଆୟର, ଉମେଶ ଯାଦବ ଓ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିଛି। ରାହୁଲ ଆଜିର ମ୍ୟାଚ୍‌ ଖେଳୁ ନଥିବାରୁ ରୋହିତ ଶର୍ମାଙ୍କ ସହ ସମ୍ଭବତଃ ଋଷଭ ପନ୍ତ ଇନିଂସ ଆରମ୍ଭ କରିପାରନ୍ତି। ଏହାର ଅର୍ଥ ମଧ୍ୟକ୍ରମର ଦାୟିତ୍ୱ ସୂର୍ଯ୍ୟ କୁମାର ଯାଦବ ଓ ଶ୍ରେୟସ ଆୟରଙ୍କ ଉପରେ ରହିବ। ଭାରତ ଆଜି ୬ ଜଣ ବୋଲରଙ୍କୁ ଖେଳାଇଛି। ଅନ୍ୟପକ୍ଷରେ ବିଜୟ ସହ ଟି-୨୦ ସିରିଜ୍‌ ଅଭିଯାନ ଶେଷ କରିବା ମୁଡରେ ରହିଛି ଦକ୍ଷିଣ ଆଫ୍ରିକା। ପ୍ରଥମ ଥର ପାଇଁ ଭାରତ ମାଟିରେ କୌଣସି ଟି-୨୦ ସିରିଜ ହାରିଥିବା ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚ୍‌ରେ ଗୋଟିଏ ପରିବର୍ତ୍ତନ କରିଛି। ଅନରିଚ ନୋର୍ଖିୟାଙ୍କ ବଦଳରେ ଅଲରାଉଣ୍ଡର ଡି ପ୍ରିଟୋରିୟସ ସୁଯୋଗ ପାଇଛନ୍ତି।

Show More

Related Articles

Back to top button