ଦେଶମନୋରଞ୍ଜନସେଲିବ୍ରିଟି

ପୁଣି ଏକାଠି ହେବେ ଧନୁଷ ଆଉ ଐଶ୍ୱର୍ଯ୍ୟା

ପୁଣି ଏକାଠି ହେବାକୁ ଯାଉଛନ୍ତି ଧନୁଷ ଆଉ ଐଶ୍ୱର୍ଯ୍ୟା । ଆଉ ଉଭୟଙ୍କ ମଧ୍ୟରେ ହେବନାହିଁ ଛାଡପତ୍ର । ଉଭୟ ନିଜ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବେ । ଏପରି ଖବର ସାମ୍ନାକୁ ଆସିବା ପରେ ସେମାନଙ୍କ ପ୍ରଶଂସକ ବେଶ୍ ଆନନ୍ଦିତ ହୋଇଛନ୍ତି ।

ଚଳିତ ବର୍ଷ ଜାନୁଆରୀରେ ଧନୁଷ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ।ଉଭୟ ସୋଶାଲ ମିଡିଆରେ ପୋଷ୍ଟ କରି ଏନେଇ ଘୋଷଣା କରିଥିଲେ। ତାଙ୍କ ବୈବାହିକ ଜୀବନରେ ଆରମ୍ଭ ହୋଇଥିଲା ଫାଟ।ଏଥିସହ ଲୋକଙ୍କୁ ସେମାନଙ୍କର ଗୋପନୀୟତାକୁ ସମ୍ମାନ କରିବାକୁ ଅନୁରୋଧ କରିଥିଲେ। ସେମାନଙ୍କ ଅଲଗା ହେବାର ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ରିପୋର୍ଟ ମୁତାବକ, ଏବେ ଐଶ୍ୱର୍ଯ୍ୟା ଏବଂ ତାଙ୍କ ସ୍ୱାମୀ ଧନୁଷ ଅଲଗା ହେବାକୁ ଚାହୁଁ ନାହାନ୍ତି। ଦୁହେଁ ଏହି ବିଚାରକୁ ଆଉ କିଛି ସମୟ ଦେବାକୁ ଚାହୁଁଛନ୍ତି। ଉଭୟ ଛାଡପତ୍ର ପ୍ରକ୍ରିୟାକୁ ମଧ୍ୟ ସ୍ଥଗିତ କରିଦେଇଛନ୍ତି। ସେମାନଙ୍କର ବ୍ୟକ୍ତିଗତ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ।

 

Show More

Related Articles

Back to top button