Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଟସ୍ ଜିତି ବୋଲିଂ କରୁଛି ଭାରତ

ଆଇସିସି ଦିନିକିଆ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣରେ ଆଜି ଧର୍ମଶାଳାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨୧ତମ ମ୍ୟାଚ ଆରମ୍ଭ ହୋଇଛି। ଭାରତ ଟସ ଜିତି ପ୍ରଥମେ ବୋଲିଂ କରୁଛି ।

ଦୁଇ ଦଳ ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ଅପରାଜୟ ରହିଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଅନୁମାନ କରାଯାଉଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ୪ଟି ମ୍ୟାଚରୁ ୪ଟି ବିଜୟ ସହ ୮ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ଦଳ ଅଷ୍ଟ୍ରେଲିଆକୁ ୬ ୱିକେଟରେ, ଆଫଗାନିସ୍ତାନକୁ ୮ ୱିକେଟରେ, ପାକିସ୍ତାନକୁ ୭ ୱିକେଟରେ ଓ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି। ବ୍ୟାଟିଂରେ ରୋହିତ ଶର୍ମା ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୨୬୫ରନ, ବିରାଟ କୋହଲି ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସହ ୨୫୯ରନ କରିଛନ୍ତି। ଭାରତର ଶୀର୍ଷ ୫ ବ୍ୟାଟ୍‌ସମ୍ୟାନ ରୋହିତ, ଗିଲ୍‌, ବିରାଟ କୋହଲି, ରାହୁଲ ଓ ଶ୍ରେୟାଶ ପ୍ରଥମ ୪ଟି ମ୍ୟାଚରେ ବ୍ୟାଟିଂ ଭାର ସମ୍ଭାଳିବାରେ ସଫଳ ହୋଇଛନ୍ତି।

ଟମ୍‌ ଲଥାମଙ୍କ ନେତୃତ୍ବାଧିନ ନ୍ୟୁଜିଲାଣ୍ଡ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରୁଛି। ୪ଟି ମ୍ୟାଚରୁ ଦଳ ୪ଟି ବିଜୟ ହାସଲ କରି ୮ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଛି। ଦଳ ଇଂଲଣ୍ଡକୁ ୯ ୱିକେଟରେ, ନେଦରଲାଣ୍ଡ୍‌ସକୁ ୯୯ରନରେ, ବାଂଲାଦେଶକୁ ୮ ୱିକେଟରେ ଓ ଆଫଗାନିସ୍ତାନକୁ ୧୪୯ରନରେ ପରାସ୍ତ କରିଛି। ଡିଭନ କନ୍‌ୱେ ୨୪୯ରନ, ରଚିନ ରବୀନ୍ଦ୍ର ୨୧୫ରନ, ଡ୍ୟାରେଲ ମିଚେଲ ୧୩୮ରନ କରିଛନ୍ତି। ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଭାରତ ୩ଟି ମ୍ୟାଚ ଜିତିଥିବା ବେଳେ ଦୁଇଟି ମ୍ୟାଚ ବିନା ଫଳାଫଳରେ ଶେଷ ହୋଇଛି।

Show More

Related Articles

Back to top button