Breaking PLUSଦେଶ ବିଦେଶମୁଖ୍ୟ ଖବର
ଇସ୍ରାଏଲକୁ ବିମାନ ବନ୍ଦ କରିବ ଭାରତ

ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ଭାରତୀୟ ବିମାନ କମ୍ପାନିମାନେ ଇସ୍ରାଏଲର ତେଲ ଅବିବରୁ ବିମାନ ଚଳାଚଳ ବନ୍ଦ ଘୋଷଣା କରିପାରନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇସ୍ରାଏଲକୁ ବିମାନ ଚଳାଚଳ ବନ୍ଦ ହୋଇପାରେ, ଏହା ପରେ ଆନୁଷ୍ଠାନିକ ଘୋଷଣା କରାଯିବ।
ଭାରତର ଦୁଇ ପ୍ରମୁଖ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଏବଂ ଭିସ୍ତାରା ଇରାନ ଆକାଶପଥ ଛାଡିବାକୁ ଘୋଷଣା କରିଛନ୍ତି ଏବଂ ଯାତ୍ରୀ ଏବଂ କ୍ରୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସେମାନଙ୍କ ୟୁରୋପ ଏବଂ ଆମେରିକା ବିମାନ ଚଳାଚଳ ପାଇଁ ଲମ୍ବା ବିମାନ ପଥ ଆପଣାଉଛନ୍ତି ।