ଦେଶ ବିଦେଶମୁଖ୍ୟ ଖବର

ଭାରତରେ ଟୀକାକରଣର ଆହ୍ୱାନ

ଆଜି ଏହି ଲେଖା ପ୍ରସ୍ତୁତ ହେବା ବେଳକୁ ରାଜ୍ୟରେ କରୋନା ନମୁନା ପରୀକ୍ଷଣ ୬୫ଲକ୍ଷ ଟପିଯାଇଛି । ଏହା ସମୁଦାୟ ୬୫ଲକ୍ଷ ୨ହଜାର ୪୫୧କୁ ବୃଦ୍ଧି ପାଇଛି

ରାଜ୍ୟରେ ସର୍ବମୋଟ କରୋନା ମୃତୁ୍ୟସଂଖ୍ୟା ୧୮୨୫ରେ ପହଞ୍ଚôଛି । ଜାନୁଆରୀ ଶେଷ ସୁଦ୍ଧା କରୋନା ଟିକା ଆସିବାର ସମ୍ଭାବନା ସୃଷ୍ଟି ହୋଇଛି । ସରକାର ଏ ନେଇ ଏକ ବ୍ଲୁପି୍ରିଣ୍ଟ ପ୍ରସ୍ତୁତ କରିବା ସହ କୋଭିଡ଼ ଯୋଦ୍ଧା ଓ ବୟସ୍କଙ୍କୁ ମାଗଣା ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାରେ ତିନୋଟି ଶ୍ରେଣୀଭୁକ୍ତ କରୋନା ଯୋଦ୍ଧାଙ୍କୁ ମାଗଣା ଟିକା ମିଳିବ । ପ୍ରଥମେ ଆଗଧାଡ଼ିର କୋଭିଡ଼ ଯୋଦ୍ଧା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମାଗଣା ଟିକା ଦିଆଯିବ ।ଏହାପରେ ୬୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ତଥା ଯେଉଁମାନଙ୍କର କୋମରବିଡ଼ କଣ୍ଡିସନ ଥିବ ଓ କୋଭିଡ଼ରେ ସଂକ୍ରମିତ ହେବାର ଆଶଙ୍କା ରହୁଥିବ ସେମାନେ ଏହି ବର୍ଗରେ ଯିବେ । ଏହାପରେ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ପୌର ଓ ପାନୀୟ ଜଳଯୋଗାଣ କର୍ମଚାରୀଙ୍କ ସମେତ ଅନ୍ୟ ଜନସ୍ୱାସ୍ଥ୍ୟ କର୍ମୀଙ୍କ ମାଗଣା ଟିକାକରଣ କରାଯିବ । ଦେଶରେ ମୋଟ ୩୦କୋଟି ଲୋକ ତଥା ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ନାଗରିକଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏଠାରେ ସୂଚନା ଥାଉକି ଟିକାର ସୁରକ୍ଷିତ ସଂରକ୍ଷଣ ପାଇଁ ଓଡ଼ିଶାରେ ୧୨୨୨ କୋଲ୍ଡ ଚେନ୍ ଥିବାବେଳେ ୧୭୯୬ ଆଇଏଲ୍ଆର ଓ ୧୭୭୨ ଫି୍ରଜର ରହିଛି।ଭାରତ ପରି ଏକ ବିଶାଳ ଜନସଂଖ୍ୟା ବହୁଳ ଦେଶରେ ପାଖାପାଖି ୧୩୦ କୋଟି ଲୋକଙ୍କୁ ସୁରକ୍ଷିତ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥିତ ଢ଼ଙ୍ଗରେ କରୋନା ଟିକା ଦେବା ଏକ ବହୁତ ବଡ଼ ଆହ୍ୱାନ ।

ଟିକାକୁ ଆଶା ରଖି ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ସମୟରେ ପରିବହନ, ସୁରକ୍ଷିତ ସଂରକ୍ଷଣ, ବଣ୍ଟନ ଓ ସର୍ବୋପରି ସାମୁହିକ ଟିକାକରଣକୁ ନେଇ ଯେଉଁ ଆହ୍ୱାନ ସୃଷ୍ଟି ହୋଇଛି ତାହା ଏକ ବଡ଼ ଆଲୋଚନା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଭାରତରେ ଟିକା ମହଜୁଦ୍ ପାଇଁ ୨୯ ହଜାର କୋଲ୍ଡ ଚେନ ପଏଣ୍ଟ, ୨୪୦ୱାକ୍ ଇନ୍ କୁଲର, ୭୦ ଫ୍ରିଜର, ୪୫ ହଜାର ଆଇସିଲାଇଣ୍ଡି ରେଫ୍ରିଜେଟର, ୪୧ ହଜାର ଡିପ୍ ଫ୍ରିଜର ଓ ୩୦୦ ସୋଲାର ରେଫ୍ରିଜେଟର ବ୍ୟବହାର କରାଯିବ । ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରାଜ୍ୟ ଷ୍ଟିୟରିଂ କମିଟି ଓ ରାଜ୍ୟ ଟାକ୍ସଫୋର୍ସ ଗୁଡ଼ିକ ଏ ନେଇ ଆଲୋଚନା ଜାରି ରଖିଛନ୍ତି ।ସେହିପରି ୬୩୩ଟି ଜିଲ୍ଲାରେ ଜିଲ୍ଲା ଟାକ୍ସଫୋର୍ସ ମଧ୍ୟ ପ୍ରସ୍ତୁତି ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ର ସରକାରଙ୍କ ୨୩ଟି ମନ୍ତ୍ରଣାଳୟ ଓ ବିଭାଗକୁ ଯୋଜନା, କାର୍ଯ୍ୟାନ୍ୱୟନ, ସୋସିଆଲ ମୋବିଲାଇଜେସନ ଓ ସଚେତନତା ସୃଷ୍ଟି ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ବିଶ୍ୱର ଏ ସର୍ବବୃହତ୍ତ ଟିକାକରଣ ଯୋଜନା ସବୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଏହି ଅଭିଯାନର ସଫଳତା, ବିଶାଳ ୧୩୦କୋଟି ଲୋକଙ୍କୁ ଟିକା ପ୍ରଦାନ ଓ ଟିକା ନେବା ପରେ ସଂକ୍ରମଣର ଆଶଙ୍କା ମଧ୍ୟ ସମସ୍ତଙ୍କ ପାଇଁ ଉତ୍ସୁକତାର ଆଲୋଚନା ସୃଷ୍ଟି କରିଛି ।ଭାରତରେ ସାଧାରଣ ନିର୍ବାଚନ ସମୟରେ ୧୦ଲକ୍ଷ ଭୋଟ କେନ୍ଦ୍ରରେ ପାଖାପାଖି ୯୦ କୋଟି ମତଦାତା ନିଜ ମତ ସାବ୍ୟସ୍ତ କରିଥାନ୍ତି । ଏଠାରେ ଏକ ପରିସଂଖ୍ୟନର ଚିତ୍ର ଦେଉଛୁ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣର ୩,୨୮୬,୯୨୭ ବର୍ଗ କିଲୋମିଟର ବିସ୍ତୃତ ଅଞ୍ଚଳରେ ଭାରତୀୟ ଭୋଟର ୮ହଜାର ପ୍ରାର୍ଥୀଙ୍କ ଭାଗ୍ୟ ନିଜ ମତଦାନ ଦ୍ୱାରା ନିର୍ଦ୍ଧାରିତ କରିଥାନ୍ତି । ସର୍ବଶେଷ ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୯୪,୮୯,୭୪୦ ଓ ମୃତୁ୍ୟହାର ୧.୪୫%ରେ ପହଞ୍ଚôଛି । ଏହି ସଂଖ୍ୟା ବଜାରକୁ ଟିକା ଆସିବା ବେଳକୁ ଆହୁରି ବହୁତ ବଢ଼ିଯାଇଥିବ । କୋଭିଡ଼ ଟିକା ଏକ ଆଡଲ୍ଟ ଟିକା ହୋଇଥିବାରୁ ଏହା କେବଳ ସାବାଳକମାନେ ପାଇପାରିବେ । କାରଣ ୧୮ବର୍ଷରୁ କମ୍ ବୟସର ପିଲା କେବେ ଟିକା ନେଇପାରିବେ ସେ ନେଇ ଅସ୍ପଷ୍ଟତା ରହିଛି ।ଏହି ଟିକା ନେବାକୁ ହେଲେ ଜଣଙ୍କୁ କୋୱିନ୍ ୱେବ୍ସାଇଟରେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ଟିକାକରଣ ପାଇଁ ସରକାରୀ ଭାବେ ଯେଉଁ ବ୍ୟବସ୍ଥା ରହିଛି ତାହା ହେଉଛି ଟିକାକରଣ କେନ୍ଦ୍ରରେ ତିନୋଟି କୋଠରୀ ରହିବ । ଜଣେ ଟିକା ନେବା ପାଇଁ ପ୍ରତୀକ୍ଷାଳୟ ରୁମ୍ରେ ନିଜ ନମ୍ବରକୁ ଅପେକ୍ଷା କରିବେ ତାପରେ ତାଙ୍କୁ ଟିକା ପ୍ରଦାନ ରୁମ୍କୁ ନେଇ ଟିକା ଦିଆଯିବ । ଦିନକୁ ପର୍ଯ୍ୟାୟକ୍ରମେ ସର୍ବାଧିକ ୨୦୦ ଜଣଙ୍କୁ ଏହା ଦିଆଯାଇପାରିବ । ପରେ ଟିକା ନେଇଥିବା ବ୍ୟକ୍ତି ନିରୀକ୍ଷଣ ରୁମ୍ରେ ରହିବେ । ଯେଉଁଠି ତାଙ୍କୁ ଅଧଘଣ୍ଟା ପର୍ଯ୍ୟନ୍ତ ଅନୁଧ୍ୟାନ କରାଯିବ । କାରଣ କୌଣସି ତକ୍ରାଳ ପାଶ୍ୱର୍ପ୍ରତିକ୍ରିୟା ସମ୍ପୃକ୍ତ ଲୋକର ସ୍ୱାସ୍ଥ୍ୟ ବିଗାଡ଼ି ଦେଇପାରେ ।କେନ୍ଦ୍ର ସରକାରଙ୍କ ରାଜ୍ୟ ନିମିତ୍ତ କରୋନା ଟିକା ଗାଇଡ଼ ଲାଇନ ଅନୁଯାୟୀ ଭ୍ୟାକ୍ସିନ ଇଣ୍ଟେଲଜେନ୍ସ ନେଟୱାର୍କ ବ୍ୟବସ୍ଥା ନାମକ ଡିଜିଟାଲଇଜ୍ଡ଼ ପ୍ଲାଟଫର୍ମର ସହାୟତା ନିଆଯିବ । ଭାରତରେ ପ୍ରାୟ ୨.୫ ନିୟୁତ ସ୍ୱାସ୍ଥ୍ୟକର୍ମୀ ଏହି ସର୍ବବୃହତ୍ତ ଟିକାକରଣ ଯୋଜନା ପାଇଁ ନିୟୋଜିତ ରହିବେ । ସେହିପରି ଟିକା ସଂରକ୍ଷଣ ପାଇଁ ଆବଶ୍ୟକୀୟ କେତେକ କ୍ଷେତ୍ରରେ -୭୦୦ ସେଲ୍ସିୟସକୁ ଅତୁଟ ରଖିବା ଏକ ବଡ଼ ଚ୍ୟାଲେଞ୍ଜ । କାରଣ ନିର୍ଦ୍ଧାରିତ ତାପମାତ୍ରା ଠାରୁ ଅଧିକ ତାପମାତ୍ରା ଏହି ଟିକା ରହିଲେ ତାହା କାର୍ଯ୍ୟକ୍ଷମ ନ ହୋଇପାରି ଅକାମୀ ହୋଇପାରେ । ଭାରତର ଅନେକ ଅଞ୍ଚଳରେ ଏଯାବତ୍ ବିଦୁ୍ୟତ୍ ଯୋଗାଣ ହୋଇନି ଓ କେତେକ କ୍ଷେତ୍ରରେ ଘଣ୍ଟା ଘଣ୍ଟା ଧରି ପାୱାର କଟ ହେଉଛି । ୨୦୨୧ ଅଗଷ୍ଟ ସୁଦ୍ଧା ୩୦ କୋଟି ଲୋକଙ୍କୁ ୬୦ କୋଟି ଡୋଜ୍ ଟିକା ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।ଟିକାର ପରିବହନ ପାଇଁ ଅତ୍ୟାଧୁନିକ ରେଫ୍ରେିଜରେଟଡ୍ ଗାଡ଼ିର ଦରକାର ପଡ଼ିବ । କାରଣ ଟିକା ଉତ୍ପାଦନ କରାଯାଉଥିବା ପ୍ଲାଣ୍ଟରୁ ପ୍ରତି ରାଜ୍ୟର ତାପମାତ୍ରା ନିୟନ୍ତ୍ରିତ ଷ୍ଟୋରେଜ ସେଣ୍ଟର ଗୁଡ଼ିକୁ ୱାର୍କଇନ କୁଲର ଓ ଫ୍ରିଜରରେ ଟିକା ପରିବହନ କରାଯିବ । ତେଣୁ ଭାରତରେ ଏହି ସାମୂହିକ ଟିକାକରଣ ଯେତିକି ଆନନ୍ଦ ଓ ଖୁସିର ପ୍ରସଙ୍ଗ ହୋଇଛି ତତୋଧିକ ଅନେକ ଆଶଙ୍କା ମଧ୍ୟ ସୃଷ୍ଟି କରିଛି । ବର୍ତ୍ତମାନର ଭୟାବହ କରୋନା ପାଇଁ ସମସ୍ତଙ୍କ ଭିତରେ ଟିକା ପାଇବାକୁ ପ୍ରତୀକ୍ଷା ରହିଛି । ତେବେ ଏହାର ସଫଳତା ଏକ ଯୁଗାନ୍ତକାରୀ ଆହ୍ୱାନ ନିଶ୍ଚୟ ।

Show More

Related Articles

Back to top button