ଜୀବନଚର୍ଯ୍ୟା

ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଏହି ୫ଟି ଜିନିଷ ଆପଣଙ୍କ ଘରେ ରହିଛି କି?

ତୁରନ୍ତ ବାହାର କରିଦିଅନ୍ତୁ-

କେବେ କେବେ ଆମ ଘରେ ଏପରି କିଛି ଜିନିଷ ରଖାଯାଇଥାଏ ଯାହା ଉପରେ ଆମେ ବିଶ୍ୱାସ କରି ନଥାଉ ,କିନ୍ତୁ ଏହି ଜିନିଷ ଘରାକୁ ନକରତ୍ମକ ଶକ୍ତି ନେଇ ଆସିଥାଏ l ଯଦି ଆମ ଘରେ ନକାରାତ୍ମକ ଶକ୍ତି ଆସୁଛି ତେବେ ଘରେ ସବୁବେଳେ କଳହ ଲାଗି ରହିବ ସହିତ ଧନ ,ଚାକିରୀ ,ସ୍ୱାସ୍ଥ୍ୟ ,ବିବାହ ସମ୍ବଧୀୟ ସମସ୍ୟା ଦେଖାଦେଇ ଥାଏ l ଏହି ଜିନିଷ ଗୁଡିକ ଆପଣଙ୍କର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇ ଥାନ୍ତି l ସେଥିପାଇଁ କେଉଁ ସବୁ ଜିନିଷକୁ ତୁରନ୍ତ ଘରୁ ବାହାର କରିବା ଆବଶ୍ୟକ ଆସନ୍ତୁ ଜାଣିବା l

ଭଙ୍ଗା କାଚ -ଅଧିକାଂଶ ସମୟରେ ଦେଖିବାକୁ ମିଳେ ଯେ ଝରକାରେ ଲଗାଯାଇଥିବା କାଚ କୌଣସି କାରଣରୁ ଭାଙ୍ଗିଯାଇ ସେହି ଆବସ୍ଥାରେ ରହିଥାଏ କିମ୍ବା ଘରେ ଭଙ୍ଗା ଆଇନାରେ ଆମେ ନିଜର ମୁହଁ ଦେଖିଥାଉ l ଯଦି ଏପରି ଆପଣଙ୍କ ଘରେ କିଛି ଜିନିଷ ରହିଛି ତେବେ ଠିକ ନୁହେଁ l ଏହା ଦ୍ୱାରା ଆପଣଙ୍କ ଘରେ ବିଭିନ୍ନ ପ୍ରାକାରର ଅସୁବିଧା ଦେଖାଯିବ l ତେଣୁ ଭଙ୍ଗାକାଚ ବାସ୍ତୁ ଦୃଷ୍ଟିରୁ ଘରେ ରଖିବା ଉଚିତ ନୁହେଁ l

ଭଙ୍ଗା ଠାକୁରଙ୍କ ମୂର୍ତ୍ତି -ବେଳେ ବେଳେ ଆମେ ଠାକୁରଙ୍କର ଭଙ୍ଗା ଫଟୋ କିମ୍ବା ଖଣ୍ଡିତ ମୂର୍ତ୍ତି ଠାକୁର ଘରେ ରଖିଦେଇ ଥାଉ l ଏହାକୁ ରଖିବା ଉଚିତ ନୁହେଁ ,ରଖିବା ଦ୍ୱାରା ଘରେ ଧନ ସମ୍ବଧୀୟ ସମସ୍ୟା ଲାଗି ରହିଥାଏ l ତେଣୁ ଯଦି ଏପରି କୌଣସି ଫଟୋ କିମ୍ବା ମୂର୍ତ୍ତି ରହିଛି ତେବେ ପାଣିରେ ବିସର୍ଜନ କରି ଦିଅନ୍ତୁ l

କଣ୍ଟା ଯୁକ୍ତ ଗଛ -ବାସ୍ତୁ ଆନୁସାରେ କଣ୍ଟା ଯୁକ୍ତ ଗଛ ଯଉଁଥିରେ କ୍ଷୀର ବାହାରୁଥିବ ତାହାକୁ ଘରେ ରଖିବା ଉଚିତ ନୁହେଁ l କଣ୍ଟା ଯୁକ୍ତ ଗଛ ଲଗାଇବା ଦ୍ୱାରା ଆପଣଙ୍କ ଘରେ ଆସନ୍ତି ଲାଗି ରହିବ ତା ସହିତ ଧନ ସମ୍ବଧୀୟ ସମସ୍ୟା ଦେଖା ଦେବ l ତେଣୁ ଏହି ପ୍ରକାରର ଗଛକୁ ଘରୁ ବାହାର କରନ୍ତୁ l

ଖରାପ ଘଡି -ଯଦି ଆପଣଙ୍କ ଘରେ କୌଣସି ଖାରପ ହୋଇଥିବା କିମ୍ବା ବନ୍ଦ ହୋଇଥିବା ଘଡି ରହିଛି ତେବେ ତାକୁ ତୁରନ୍ତ ଠିକ କରନ୍ତୁ ନଚେତ ଘରୁ ବାହାର କରି ଦିଆନ୍ତୁ l ବନ୍ଦ ହୋଇଥିବା ଘଡି ସଫଳତା ଓ ଉନ୍ନତି ପାଇଁ ବାଧକ ସାଜିଥାଏ l

ଖରାପ ଥିବା ବିଜୁଳି ଉପକରଣ -ଯଦି ଆପଣଙ୍କ ଘରେ କୌଣସି ବିଜୁଳି ଉପକରଣ ଖରାପ ହୋଇ ପଡି ଅହିଛି ତେବେ ତାହାକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ l ଏହିପରି ଜିନିଷ ଆପଣଙ୍କ ଘରେ ନକରାତ୍ମକ ଶକ୍ତିକୁ ବଢିବାକୁ ଦେଇଥାଏ l

Show More

Related Articles

Back to top button