Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଥମୁନି କରୋନା ମୃତ୍ୟୁହାର, ଗତ ୨୪ ଘଣ୍ଟାରେ ୧୭୬୧ ଜଣଙ୍କ ଜୀବନ ନେଲା ମହାମାରୀ କରୋନା

ଦେଶରେ କରୋନା ଘାତକ ହେଉଛି । ଅଧିକ ଜୀବନ ନେଉଛି । ଗତ ୨୪ ଘଣ୍ଟାରେ ମହାମାରୀ ନେଇଚି ୧୭ଶହ ୬୧ ଆକ୍ରାନ୍ତଙ୍କ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ଦିନକରେ ସର୍ବାଧିକ । କିନ୍ତୁ ଗତକାଲି ଅପେକ୍ଷା ଆଜି କମିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୫୯ହଜାର ୧୭୦ ପଜିଟିଭ୍ ।

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୮୦ହଜାର ୫୩୦କୁ ବୃଦ୍ଧି ପାଇଛି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୫୩ଲକ୍ଷ ୨୧ହଜାର ୮୯ । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ଆଉ ୧ଲକ୍ଷ ୫୪ହଜାର ୭୬୧ ଆକ୍ରାନ୍ତ । ଏଯାଏ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୧କୋଟି ୩୧ଲକ୍ଷ ୮ହଜାର ୫୮୨ ସଂକ୍ରମିତ । ଦେଶରେ ୨୦ଲକ୍ଷ ୩୧ହଜାର ୯୭୭କୁ ବୃଦ୍ଧି ପାଇଛି ଆକ୍ଟିଭ୍ କେସ୍ । ୧୦ଟି ରାଜ୍ୟରେ ବଢୁଛି ଉଭୟ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ।

Show More

Related Articles

Back to top button