Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ହ୍ରାସ ପାଉଛି କରୋନା, ଗତ ୨୪ଘଣ୍ଟାରେ ୧୬,୪୩୨ କରୋନା ସଂକ୍ରମିତ ଚିହ୍ନଟ

କରୋନା ଭାଇରସର ଦୈନିକ ସଂକ୍ରମଣରେ ପୁଣି ଥରେ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ଦୈନିକ ସଂକ୍ରମଣରେ ବଡଧରଣ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ଗତ ୨୪ଘଣ୍ଟାରେ ୧୬,୪୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କରୋନା ଭାଇରସର ଦୈନିକ ସଂକ୍ରମଣରେ ପୁଣି ଥରେ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ଦୈନିକ ସଂକ୍ରମଣରେ ବଡଧରଣ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ଗତ ୨୪ଘଣ୍ଟାରେ ୧୬,୪୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗତ କିଛି ମଧ୍ୟରେ ସବୁଠାରୁ କମ୍‌ ଧରଣର ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୮ ଲକ୍ଷ ପାର୍‌ ହୋଇଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ କରୋନା ଭାଇରସର ୧୬,୪୩୨ ଜଣ ସଂକ୍ରମିତ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୨,୨୪,୩୦୩ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୨୫୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୪୮,୧୫୩ରେ ପହଞ୍ଚିଛି ।

Show More

Related Articles

Back to top button