Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଋଷରୁ ତେଲ ଆମଦାନୀ କମାଇଲା ଭାରତ

କମ୍ ରିହାତି ଦେଉଥିବାରୁ ନିଷ୍ପତ୍ତି

ନୂଆଦିଲ୍ଲୀ:ଋଷରୁ ତେଲ ଉପରେ ମିଳୁଥିବା ରିହାତି ହ୍ରାସ ପାଇବା ପରେ ଭାରତ ସେହି ତେଲ କିଣିବା କମ୍ କରିଛି । ଗତ ଜୁଲାଇରେ ଭାରତ ଋଷରୁ କମ୍ ତେଲ ମଗାଇଛି । ଗତ 9ମାସ ଭିତରେ ପ୍ରଥମ ଥର ପାଇଁ ,ଭଳି ଘଟଣା ଘଟିଛି । ଗତବର୍ଷ ୟୁକ୍ରେନ ସହ ଋଷ ଯୁଦ୍ଧ ଆରମ୍ଭ କରିବା ପରେ ଭାରତ ସେଠାରୁ ବିପୁଳ ପରିମାଣର ତେଲ ମଗାଉଥିଲା । କାରଣ ଋଷ ମୋଟା ଅଙ୍କର ରିହାତି ଦେଉଥିଲା । ଏବେ କିନ୍ତୁ ସେହି ରିହାତି କମ୍ ହେବାରେ ଲାଗିଛି । ସୂଚନା ଅନୁଯାୟୀ, ଗତ ଜୁଲାଇରେ ଭାରତ ଉଭୟ ଋଷ ଓ ସାଉଦି ଆରବଠାରୁ ତେଲ କିଣିବା କମ୍ କରିଛି । ଏହି ଦୁଇ ଦେଶ ଉତ୍ପାଦନ କମ୍ କରିବାରୁ ସେମାନଙ୍କ ତେଲ ମହଙ୍ଗା ହୋଇଛି । ସାଉଦି ଆରବଠାରୁ ଭାରତ ଯେତିକି ତେଲ ମଗାଇଛି ତାହା ଗତ ଅଢେଇବର୍ଷରେ ସବୁଠୁ କମ୍ ।

Show More

Related Articles

Back to top button