ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ସରିଫଙ୍କୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଶନିବାର ୭୭ତମ ଜାତିସଂଘ ସାଧାରଣ ପରିଷଦ୍‌ ବୈଠକରେ ଉଠିଥିଲା କଶ୍ମୀର ପ୍ରସଙ୍ଗ। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ସରିଫଙ୍କୁ କଡ଼ା ଜବାବ ଦେଲା ଭାରତ। ବୈଠକରେ ଶେହବାଜ୍‌ଙ୍କୁ କଡ଼ା ଜବାବ ଦେଇ ଭାରତୀୟ କୂଟନୀତିଜ୍ଞ ମିଜିତୋ ବିନିତୋ କହିଥିଲେ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜ ଦେଶର ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି। ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୁକ୍ତିଯୁକ୍ତ କହି ପାକିସ୍ତାନବାସୀଙ୍କୁ ଉସକାଉଛନ୍ତି। ଏହା ଦୁର୍ଭାଗ୍ୟଜନକ ଯେ, ଜାତିସଂଘ ସାଧାରଣ ପରିଷଦ୍‌ ଭଳି ମର୍ଯ୍ୟାଦାଜନକ ପ୍ଲାଟଫର୍ମରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ବିଷୟରେ ଭୁଲ ତଥ୍ୟ ଦେଉଛନ୍ତି। ଭାରତ ବିରୋଧୀ ମନ୍ତବ୍ୟ ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜ ଦେଶର ଜନତାଙ୍କୁ ବିଭାନ୍ତି କରୁଛନ୍ତି। ଜାତିସଂଘ ସାଧାରଣ ପରିଷଦ୍ ବୈଠକରେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ସରିଫ ଉଦ୍‌ବୋଧନ ଦେଇଥିଲେ। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରି  ଭୁଲ କରିଛନ୍ତି। ଜମ୍ମୁ କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି ଭାରତ ସରକାର ଅନ୍ୟାୟ କରିଛନ୍ତି। ଉଦ୍‌ବୋଧନ ଦେବା ବେଳେ କଶ୍ମୀରେ ଶାନ୍ତି ଭଙ୍ଗ ଏବଂ ସେମାନଙ୍କ ସ୍ୱାଧୀନତା ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍‌ ୧୦ ଥର କଶ୍ମୀର ନାଁ ଉଲ୍ଲେଖ କରିଥିଲେ।

Show More

Related Articles

Back to top button