ଦେଶ ବିଦେଶମୁଖ୍ୟ ଖବର

ଭାରତ ବିରୁଦ୍ଧରେ ସାଇବର ଆକ୍ରମଣକୁ ରୂପ ଦେବା ଖବରରେ ପାଟି ଖୋଲିଲା ଚୀନ୍

ଭାରତର ପାୱାର ଗ୍ରୀଡ଼ ଉପରେ ସାଇବର ଆକ୍ରମଣକୁ ଚୀନ ଖାରଜ କରି ଦେଇଛି l ଆମେରିକାର ଗଣମାଧ୍ୟମ ସୂଚନା ଅନୁସାରେ ଭାରତର ସୀମା ଉପରେ ଆକ୍ରାମକ ହେବାକୁ ଅଟକାଇବା ପାଇଁ ଚୀନ ତାର ପାୱାର ଗ୍ରୀଡ଼ ଉପରେ ସାଇବର ଆକ୍ରମଣକୁ ରୂପ ଦେଇଛି ଓ ଏହି ଆକ୍ରମଣ କାରଣରୁ ଗତବର୍ଷ ମୁମ୍ବାଇରେ ବିଜୁଳି ସପ୍ଲାଇ ଠପ ହୋଇ ଯାଇଥିଲା

ଚୀନର ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ସୋମବାର ଦିନ ପ୍ରେସ୍ ବିଜ୍ଞପ୍ତି ରଖିଥିବା ସମୟରେ ପ୍ରଶ୍ନ କରାଯାଇଥିଲା ଯେ କଣ ଚୀନ ଭାରତର ସୀମା ବିବାଦ ମୁଦାକୁ ନେଇ ଚେତାବନୀ ଦେବା ପାଇଁ ସାଇବର ଆକ୍ରମଣର ସାହାରା ନେଇଥିଲା ?ଏହାର ଉତ୍ତରରେ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଖାରଜ କରି କହିଥିଲେ ଯେ ସାଇବର ସୁରକ୍ଷା ସଂରକ୍ଷକ ହେବ କାରଣରୁ ଚୀନ ସମସ୍ତ ପ୍ରକାରର ସାଇବର ଆକ୍ରମଣକୁ ବିରୋଧ କରିଥାଏ ଓ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିଥାଏ l କାରଣ ସାଇବର ଆକ୍ରମଣର ଉତ୍ପତି ଲଗାଇ ଅତ୍ୟନ୍ତ କଷ୍ଟ ସାଧ୍ୟ l ଏପରି ଦୋଷ ଲଦିବା ଚୀନ ଉପରେ ଉଚିତ ନୁହେଁ l ଚୀନ ଏହିଭଳି ଦ୍ୱିତ୍ୱଶୂନ୍ୟ ଓ ଭୁଲ ଉଦେଶ୍ୟକୁ କଡା ବିରୋଧ କରିଥାଏ l ଆମେରିକାର ଗଣମାଧ୍ୟମ ସୂଚନା ଅନୁସାରେ ଯେଉଁ ଦୋଷ ଚୀନ ଉପରେ ଲଦା ଯାଇଥିଲା ତାହାକୁ ଚୀନ ମାନିବାକୁ ପ୍ରସ୍ତୁତ ନୁହେଁ l

କରୋନା ମହାମାରୀ ମଧ୍ୟରେ ମୁମ୍ବାଇର ଡାକ୍ତରଖାନା ଗୁଡିକରେ ବିଜୁଳି ଚାଲି ଯିବାରୁ ସମସ୍ତେ ଅସୁବିଧାର ସମ୍ମୁଖୀନ ହୋଇଥିଲେ lସେହି ସମୟରେ ସମ୍ପୂର୍ଣ୍ଣ ମୁମ୍ବାଇ ସହର ଅନ୍ଧକାରରେ ରହିଥିଲା l ଡାକ୍ତରଖାନା ଗୁଡିକରେ ଜେନେରେଟର ସାହାଯ୍ୟରେ ଭେଣ୍ଟିଲେଟର ଅନ ରହିଥିଲା l ମିଳିଥିବା ସୂଚନା ଅନୁସାରେ ଚୀନ ପକ୍ଷରୁ ସେତେବେଳେ ଭାରତକୁ ଚେତାବନୀ ଦିଆ ଯାଇଥିଲା ଯେ ଯଦି ଭାରତ ସୀମାରେ ଅଧିକ ସଚେତନ ଓ ଆକ୍ରାମକ ଦେଖାଇବା ତେବେ ସମ୍ପୂର୍ଣ୍ଣ ଭାରତର ବିଜୁଳି କାଟ ଚୀନ କରି ପାରିବ ଓ ଭାରତକୁ ଅନ୍ଧାରରେ ରଖି ପାରିବ l ଭାରତର ସୈନ୍ୟ ବିଶେଷଜ୍ଞ ମାନେ ମଧ୍ୟ ସରକାରଙ୍କ ପାଖରୁ ଦାବି କରୁଛନ୍ତି ଭାରତର ପାୱାର ସେକ୍ଟର ଓ ରେଳ ସିଷ୍ଟମରୁ ଚୀନ ହାର୍ଡୱେରକୁ ସ୍ଥାନାନ୍ତର କରାଯାଉ l ଅଧିକାରୀ ମାନେ କହିଛନ୍ତି ଯେ ଭାରତର ସୂଚନା ସହିତ ଯୋଡି ହୋଇଥିବା ଅନେକ କଥାର ସମୀକ୍ଷା ହେଉଛି ଯେଉଁଥିରେ ଚୀନର କମ୍ପାନୀ ଗୁଡିକ ସାମିଲ ଅଛନ୍ତି ,ତେଣୁ ଏପରି ସ୍ଥାନାନ୍ତର କରିବା ଅସମ୍ଭବ ଅଟେ l

Show More

Related Articles

Back to top button