Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରମିକଙ୍କ ବେତନ ବୃଦ୍ଧି କଲେ ସରକାର

ବଢିଲା ଶ୍ରମିକଙ୍କ ବେତନ । ଶ୍ରମିକଙ୍କ ପାରିଶ୍ରମିକ ବଢ଼ାଇଛନ୍ତି ସରକାର । ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀ ସବୁ ବର୍ଗର ଶ୍ରମିକଙ୍କ ଦୈନିକ ମଜୁରି ସେମାନଙ୍କ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ବାବଦକୁ ୪ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି ।

ରାଜ୍ୟ ଶ୍ରମ କମିଶନର ଡ.ଏନ ଥିରୁମାଲା ନାୟକ ଏହି ନିର୍ଦେଶନାମା ଜାରି କରିଛନ୍ତି । ଅକ୍ଟୋବର ୧ ରୁ ମଜୁରି ସଂଶୋଧନ ପିଛିଲା ଭାବେ ଲାଗୁ ହେବ । ସମସ୍ତ ୮୯ ପ୍ରକାର କାର୍ଯ୍ୟକ୍ଷେତ୍ରରେ ଶ୍ରମିକଙ୍କ ମଜୁରି ବୃଦ୍ଧି ହେବ । ଅଣକୁଶଳୀ ଶ୍ରମିକ ପୂର୍ବରୁ ସର୍ବନିମ୍ନ ମଜୁରି ୩୧୧ ଟଙ୍କା ପାଉଥିବା ବେଳେ ୪ ଟଙ୍କା ବୃଦ୍ଧି ପାଇ ୩୧୫ ଟଙ୍କା କରାଯାଇଛି ।

ଅର୍ଦ୍ଧକୁଶଳୀ ଶ୍ରମିକ ୩୫୧ ଟଙ୍କା ପାଉଥିବା ବେଳେ ୪ ଟଙ୍କା ବଢ଼ାଇ ୩୫୫ ଟଙ୍କା, କୁଶଳୀ ଶ୍ରମିକଙ୍କ ମଜୁରି ୪୦୧ ରୁ ୪୦୫ ଏବଂ ଉଚ୍ଚ କୁଶଳୀ ଶ୍ରମିକ ୪୬୧ ବଦଳରେ ୪୬୫ ଟଙ୍କା ପାଇବେ । ଶ୍ରମିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ୬ ମାସରେ ଶ୍ରମିକଙ୍କ ପରିବର୍ତ୍ତନଶୀଳ ଭତ୍ତା ବୃଦ୍ଧି କରାଯାଇଛି ।

Show More

Related Articles

Back to top button