Breaking PLUSଓଡ଼ିଶାମୁଖ୍ୟ ଖବର

ଷଷ୍ଠ ଦିନରେ ଆୟକର ବିଭାଗର ଚଢ଼ଉ ଜାରି : ବଲାଙ୍ଗିର, ଟିଟିଲାଗଡ଼ ଓ ସମ୍ବଲପୁରରୁ ଜବତ ଟଙ୍କା ୩୪୮ କୋଟିରେ ପହଂଚିଲା

ବଲାଙ୍ଗିର, ୧୧ ଡିସେମ୍ବର – ଆୟକର (ଆଇଟି) ବିଭାଗ ପକ୍ଷରୁ ଚଢ଼ଉ ଷଷ୍ଠ ଦିନରେ ଜାରି ରହିଛି । ଆଜି ମଧ୍ୟ ସୁଦପଡା ସ୍ଥିତ ମଦଭାଟିରେ ଚଢ଼ଉ ଜାରି ରହିଛି । ସମ୍ପୃକ୍ତ ମଦ ଭାଟିର ଦୁଇ ମ୍ୟାନେଜରଙ୍କୁ ଚାଲିଛି ପଚରା ଉଚରା । ଅନ୍ୟପକ୍ଷରେ ବିଭାଗ ପକ୍ଷରୁ ଚଢ଼ଉ ବେଳେ ଜବତ ହୋଇଥିବା ଟଙ୍କାର ଗଣତି ସରିଛି । ୫ ଦିନ ଧରି ଏହି ଟଙ୍କା ଗଣତି ପରେ ଏହା ୩୦୫ କୋଟି ଥିବା ଜଣାପଡିଛି । ବଲାଙ୍ଗିର ଏସବିଆଇ ମୁଖ୍ୟ ଶାଖାରେ ଏହି ଟଙ୍କା ଗଣତି କରାଯାଇଥିଲା । ୨୫ଟି ମେସିନ୍ ଓ ୫୦ ଜଣ କର୍ମଚାରୀ ଟଙ୍କା ଗଣତିରେ ନିୟୋଜିତ ହୋଇଥିଲେ । ସେହିପରି ଟିଟିଲାଗଡ଼ରୁ ଜବତ ନଗଦ ୧୧ କୋଟି ଏବଂ ସମ୍ବଲପୁରରୁ ଜବତ ୩୨ କୋଟିକୁ ମିଶାଇ ଜବତ ନଗଦ ଟଙ୍କା ୩୪୮ କୋଟିରେ ପହଂଚିଛି ।

ଏଥିସହ ଜିଲ୍ଲାର ସମସ୍ତ ଦେଶୀ ମଦ ଭାଟିର ଆୟବ୍ୟୟର ହିସାବ ଚାଲିଛି । ଅବକାରୀ ବିଭାଗର ତଥ୍ୟ ଆଧାରରେ ହିସାବ କରୁଛି ଆୟକର ବିଭାଗ । ସମସ୍ତ ମଦଭାଟିର ମୁଖ୍ୟ କାର୍ଯ୍ୟାଳୟ ସୁଦପଡାରେ ଥିବା ନେଇ ସୂଚନା ମିଳିଛି । ତେବେ ଏତେ ଟଙ୍କା ମଦଭାଟିକୁ କିପରି ଓ କେଉଁଠୁ ଆସିଲା ସେନେଇ ଛାନଭିନ୍ ଜାରି ରଖିଛି ଆଇଟି ଟିମ୍ । ସେପଟେ ଏଭଳି ବିପୁଳ ପରିମାଣର ଟଙ୍କା ଜବତ ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ବଢି ଯାଇଛି ।

Show More

Related Articles

Back to top button