ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଶୀତଋତୁରେ ବ୍ୟବହାର କରନ୍ତୁ ସୋରିଷତେଲ, ମିଳିବ ଫାଇଦା

ଭାରତୀୟ ବ୍ୟଞ୍ଜନରେ ଭାରତୀୟ ମାନେ ସୋରିଷ ତେଲ ବ୍ୟବହାର କରିବା ପାଇଁ ଉଚିତ ଭାବି ଥାନ୍ତି l ସୋରିଷ ତେଲରେ ଓ଼ମେଗା-ଥ୍ରୀ ଓ ଓ଼ମେଗା-୬ ଫ୍ୟାଟି ଏସିଡ଼ି ରହିଥାଏ l ଏଥିରେ ତିଆରି ହୋଇଥିବା ଖାଦ୍ୟର ସ୍ୱାଦ ହିଁ ବଦଳି ଯାଇଥାଏ l ଏହା କେବଳ ଖାଇବା ପାଇଁ ନୁହେଁ ତ୍ୱଚା ,ଗଣ୍ଠି ଯନ୍ତ୍ରଣା ,ମାଂସପେଶୀ ଓ ହୃତପିଣ୍ଡ ପାଇଁ ଲାଭ ଦାୟକ ଅଟେ

ସୋରିଷ ତେଲରେ କିଛି ଏପରି ତତ୍ୱ ମିଳିଥାଏ ,ଯାହା ଯନ୍ତ୍ରଣା ନାଶକ ଭାବରେ କାମ କରେ l ଗଣ୍ଠି ଯନ୍ତ୍ରଣା ହେଉ କିମ୍ବା କାନ ଯନ୍ତ୍ରଣା ସୋରିଷ ତେଲ ଏକ ଔଷଧ ଭାବରେ କାମ କରିଥାଏ l ସାଧାରଣତଃ ଲୋକମାନେ ଏହି ତେଲକୁ କେବଳ ଗୋଟିଏ ତେଲ ଭାବରେ ବ୍ୟବହାର କରିଥାନ୍ତି କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆୟୁର୍ବେଦରେ ଏହାକୁ ଗୋଟିଏ ଔଷଧ ଭାବରେ ବ୍ୟବହାର କରାଯାଏ l ସୋରିଷ ତେଲର ଏତେ ଗୁଡିଏ ଲାଭ ରହିଛି ଯାହା ହୁଏତ ଆପଣ ଜାଣି ନଥିବେ l

* ହୃଦୟକୁ ରଖେ ସୁସ୍ଥ -ଏକ ଗବେଷଣା ଅନୁସାରେ ସମସ୍ତ ପ୍ରକାର ବ୍ୟଞ୍ଜନରେ ସୋରିଷ ତେଲ ବ୍ୟବହାର କରିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ l ଏଥିରେ AUFA ରହିଛି ,ଯାହା ରକ୍ତର ଫ୍ୟାଟ ଲେବୁଲ ଓ ଏହାର ଶେର୍କୁଲେସନକୁ ଉନତ କରିବାରେ ସାହାଯ୍ୟ କରେ l ସୋରିଷ ତେଲରେ ଆଲଫା ଲିନୋଲେନିକ ଏସିଡ ରହିଛି ,ଯାହା ହୃଦୟକୁ ଛୋଟରୁ ଛୋଟ ରୋଗରୁ ରକ୍ଷା କରିଥାଏ l

* ଯନ୍ତ୍ରଣା ନାଶକ -ଗଣ୍ଠି ଯନ୍ତ୍ରଣାରେ ସୋରିଷ ତେଲର ମାଲିସ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ l ଏହା ବ୍ୟତୀତ ସୋରିଷ ତେଲକୁ ଖାଦ୍ୟରେ ବ୍ୟବହାର କରିବା ଦ୍ୱାରା ଶରୀର ଭିତର ଯନ୍ତ୍ରଣାରୁ ଆରମ୍ଭ ମିଳିଥାଏ l

* ତ୍ୱଚା ପାଇଁ ଲାଭ ଦାୟକ -ସୋରିଷ ତେଲ ତ୍ୱଚା ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ ,ଏଥିରେ ଭିଟାମିନ-ଇ ଭରପୁର ମାତ୍ରାରେ ରହିଛି l ଯଦି ଆପଣ ଏହାକୁ ଖାଇବେ ତେବେ ତ୍ୱଚାକୁ ଭିତରୁ ପୋଷଣ ମିଳିବ ସହିତ ତ୍ୱଚାରେ ଲଗାଇବା ଦ୍ୱାରା ତ୍ୱଚାର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଥାଏ l

* ଆସ୍ଥମା ରୋଗୀଙ୍କ ପାଇଁ ହିତକର -ଆସ୍ଥମାରେ ପୀଡିତ ଲୋକ ମାନଙ୍କ ପାଇଁ ସୋରିଷ ତେଲ ଖାସ କରି ଲାଭ ଦାୟକ ଅଟେ l ସୋରିଷ ତେଲରେ ଅଧିକ ମାତ୍ରାରେ ମ୍ୟାଗନେସିୟମ ମିଳିଥାଏ l ଯାହା ଆସ୍ଥମା ରୋଗୀ ମାନଙ୍କ ପାଇଁ ଖାସ କରି ଲାଭ ଦାୟକ ଅଟେ l ଶୀତଋତୁରେ ସୋରିଷ ତେଲ ବ୍ୟବହାର କରିବା ଦ୍ୱାରା ଥଣ୍ଡାରୁ ମୁକ୍ତି ମିଳିଥାଏ l

* ସଂକ୍ରମଣରୁ ରକ୍ଷା କରେ – ସୋରିଷ ତେଲ ଆଣ୍ଟିବ୍ୟାକ୍ଟେରିଆଲ ,ଆଣ୍ଟିଫାଙ୍ଗଲ ଓ ଆଣ୍ଟିଭାଇରାଲ ଅଟେ l ଏହା ଶରୀରର ଭିତରେ ଓ ବାହାରେ ଉଭୟ ସ୍ଥାନରେ ସଂକ୍ରମଣ ସହିତ ଲଢେଇ କରିବା ପାଇଁ ସାହାଯ୍ୟ କରିଥାଏ l ଏହା ପେଟରେ ହୋଇଥିବା ଡୈଜେଷ୍ଟଭି ସଂକ୍ରମଣ ପାଇଁ ମଧ୍ୟ ଲାଭ ଦାୟକ ଅଟେ l

Show More

Related Articles

Back to top button