ଦେଶ ବିଦେଶବାଣିଜ୍ୟ

ଗ୍ରୀଷ୍ମ ଋତୁରେ ବେଶ ଜମିବ ଏହି ବେପାର, କମ୍ ନିବେଶରେବି ମିଳିବ ଅଧିକ ଆୟ

ଯଦି ଆପଣ ବ୍ୟବସାୟ ଲାଗି ଇଛୁକ ଓ ଏଥିପାଇଁ ଆଇଡିଆ ଚାହୁଁଛନ୍ତି ତେବେ ଗ୍ରୀଷ୍ମ ଋତୁରେ ଏକ ଭଲ ବ୍ୟବସାୟ ଯୋଜନା ଆପଣଙ୍କୁ ଅପେକ୍ଷା କରି ରହିଛି। ଏହି କାରବାର ଆରମ୍ଭ କରିବା ଲାଗି ଆପଣଙ୍କୁ ବେଶି କିଛି ନିବେଶ ବି କରିବାକୁ ପଡିବନି। ସ୍ୱଳ୍ପ ନିବେଶରେ ଆପଣ ଏକ ବଢିଆ ବ୍ୟବସାୟ ସେଟଅପ କରିପାରିବେ

ଚଳିତ ଋତୁରେ ଏଥିରୁ ଆପଣ ବେଶ ଆୟ ମଧ୍ୟ କରିପାରିବେ। ଗ୍ରୀଷ୍ମ ଋତୁରେ ‘କୋଲ୍ଡ ପାର୍ଲର’ର ପରିକଳ୍ପନା ବାସ୍ତବିକ ଚମତ୍କାର। ସ୍ୱଳ୍ପ ନିବେଶରୁ ଆପଣ ଏହି ବ୍ୟବସାୟ ଆରମ୍ଭ କରିପାରିବେ। ଏହି ବ୍ୟବସାୟ ଲାଗି ଅଧିକ ନିବେଶର ଆବଶ୍ୟକତା ମଧ୍ୟ ନାହିଁ। ଗରମ ଦିନେ ଆଇସକ୍ରିମ୍ ସମସ୍ତଙ୍କର ପସନ୍ଦ। ଏଣୁ ଗ୍ରୀଷ୍ମ ଋତୁରେ ଏପରି ବ୍ୟବସାୟ ଆରମ୍ଭ କରିବା ସବୁଠୁ ଉତ୍ତମ ନିଷ୍ପତ୍ତି ସାବ୍ୟସ୍ତ ହୋଇପାରେ।

କମ୍ପାନୀଙ୍କ ସହ କରିପାରିବେ ଭାଗିଦାରୀ-
ଆପଣ ଚାହିଁଲେ ଆପଣଙ୍କ ବ୍ୟବସାୟରେ କୌଣସି ନାମୀ କମ୍ପାନୀଙ୍କୁ ମଧ୍ୟ ସାମିଲ କରିପାରିବେ। ଏକାଧିକ କମ୍ପାନୀଙ୍କୁ ଆପଣଙ୍କ ବ୍ୟବସାୟରେ ସାମିଲ କଲେ ଲାଭ ମଧ୍ୟ ଅଧିକ ପାଇବେ। ଏହା ଛଡା ଗ୍ରାହକ ମଧ୍ୟ ଆପଣଙ୍କ ପାର୍ଲରରୁ ନିଜ ମନପସନ୍ଦର ବ୍ରାଣ୍ଡ ଖୋଜି ପାରିବେ। ଯଦି ଆପଣ ବ୍ୟବସାୟକୁ ବଡ ସ୍କେଲର କରିବାକୁ ଚାହିଁବେ ଏଥିପାଇଁ କିଛି ନିବେଶ ବି କରିବାକୁ ପଡିପାରେ ଯେପରି ଫର୍ଣ୍ଣିଚର, ଡେକୋରେସନ ଆଦି ପାଇଁ ବ୍ୟୟ କରିବାକୁ ପଡିବ ।ଯଦି ନିଜେ ଆଇସ୍କ୍ରିମ ପ୍ରସ୍ତୁତ କରି ବିକିବାକୁ ଚାହିଁବେ ତେବେ କିଛି ଅଧିକ ନିବେଶ କରିବାକୁ ପଡିପାରେ। ଏଥିଲାଗି ଫ୍ରିଜ, ମିକ୍ସର, ଥର୍ମାକୋଲ ଆଇସ୍‌ କୁଲର ବକ୍ସ, କୁଲର କଣ୍ଡେନସର ଓ ବ୍ରିନେ ଟାଙ୍କ ଆଦି ଲାଗି ଅଧିକ କିଛି ନିବେଶ କରିବାକୁ ପଡିବ। ଯଦି ଆପଣ ନିବେଶ କରି କମ୍ପାନୀ ଛିଡା କରିବାକୁ ଚାହାନ୍ତି ତେବେ ଏଥିପାଇଁ ରେଜିଷ୍ଟ୍ରେସନ ବି କରିବାକୁ ପଡିବ। କମ୍ପାନୀ ରେଜିଷ୍ଟ୍ରେସନ ହୋଇଗଲେ ଏଥିଲାଗି ଆରାମରେ ବ୍ୟାଙ୍କ ଲୋନ ମଧ୍ୟ ମିଳିପାରିବ। ଯେଉଁଥିରେ ଆପଣ କାରବାର ଆଗକୁ ବଢେଇବାରେ ଆପଣକୁ ବେଶ ସହଯୋଗ ମଧ୍ୟ ମିଳିବ।

Show More

Related Articles

Back to top button