ଦେଶ ବିଦେଶମୁଖ୍ୟ ଖବର

ରାଜ୍ୟରେ ଆହୁରି ବଢିବ ତାତି

ତାତି ଆହୁରି ବଢିବ । ରାଜ୍ୟରେ ଗରମ ପ୍ରକୋପ ଆହୁରି ବଢ଼ିବ । ଶୁକ୍ରବାର ଠାରୁ ରାଜ୍ୟର କେନ୍ଦ୍ରୀୟ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ଭୁବନେଶ୍ୱରରେ ସପ୍ତାହେ ପର୍ଯ୍ୟନ୍ତ ଗରମରୁ ଆଶ୍ୱସ୍ତି ମିଳିବା ସମ୍ଭାବନା କମ୍‌ । ଏପରିକି ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଡେଇଁପାରେ । ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ, ରାଜ୍ୟରେ ଗରମ ଜାରି ରହିବ । ଶୁକ୍ରବାର ଠାରୁ ରାଜ୍ୟର କେତେକ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୨୦ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କେତେକ ସ୍ଥାନରେ ବଜ୍ରପାତ ଆଶଙ୍କା ଅଛି । ୨୧ ଓ ୨୨ ତାରିଖରେ କେତେକ ଜାଗାରେ ବର୍ଷା ହୋଇପାରେ ।

ଡକ୍ଟର ପଶୁପାଳକ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶା ଛତିଶଗଡ଼, ତେଲେଙ୍ଗାନା ଓ ପୂର୍ବ ମହାରାଷ୍ଟ୍ରରେ ତାପମାତ୍ରା ରାଜସ୍ଥାନ ଓ ସଂଲଗ୍ନ ଉତ୍ତର ପଶ୍ଚିମ ଭାରତଠାରୁ ଅଧିକ ରହୁଛି । ଏହା ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ରହିବ । ଆସନ୍ତା ୨୩ରୁ ଉତ୍ତର ପଶ୍ଚିମ ଭାରତ ଅଧିକ ଗରମ ରହିବ । ସେଠାରୁ ତତଲା ପବନ ପ୍ରବାହ ଯୋଗୁ ରାଜ୍ୟରେ ଗରମ ପୁଣି ବଢ଼ିବ ।ସେହିପରି ଶୁକ୍ରବାର ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ପାଖାପାଖି ରହିବ । ୨୩ ତାରିଖ ପର୍ଯ୍ୟନ୍ତ ଏହା ଚାଲୁ ରହିବ । ୨୪ ତାରିଖରୁ ପୁଣି ୧ ଡିଗ୍ରୀ ବଢ଼ତିବାର ସମ୍ଭାବନା ଅଛି । ଚଳିତ ସପ୍ତାହରେ କିଛି ଦିନ ଭୁବନେଶ୍ୱର ଦେଶର ଏକ ପ୍ରମୁଖ ଉତ୍ତପ୍ତ ସହର ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ୨୨ ଓ ୨୩ ତାରିଖରେ ୧ରୁ ୨ ଡିଗ୍ରୀ ତାପମାତ୍ରା ବଢ଼ିବା ସମ୍ଭାବନା ଅଛି । ବର୍ତ୍ତମାନ ରାତି ତାପମାତ୍ରା ବିଶେଷ ବଦଳିବ ନାହିଁ । ୧୯ ଓ ୨୦ ତାରିଖରେ ଆଭ୍ୟନ୍ତରୀଣ ଦକ୍ଷିଣ, ୨୦ ଓ ୨୧ ତାରିଖରେ ଆଭ୍ୟନ୍ତରୀଣ ଉତ୍ତର ଏବଂ ୨୪ ତାରିଖରେ ବିଭିନ୍ନ ଅଞ୍ଚଳରେ ଉପରବେଳା କାଳବୈଶାଖୀଜନିତ ବର୍ଷା ହୋଇପାରେ ।

Show More

Related Articles

Back to top button