ଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆସନ୍ତା ୩ଦିନ ଯାଏଁ ଘନ କୁହୁଡି ସମ୍ଭାବନା

ଯାନବାହାନ ଚଳାଚଳରେ ହୋଇ ପରେ ସମସ୍ୟା, ସତର୍କ ରହିବାକୁ ପରାମର୍ଶ

ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି । ଏହାସହ ଆସନ୍ତା ୭ ତାରିଖ ସକାଳ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ମଧ୍ୟମରୁ ଘନ କୁହୁଡ଼ି ଆଶଙ୍କା ରହିଛି । କେତେକ ସ୍ଥାନରେ ୫୦ ମିଟର ପରେ ଆଉ କିଛି ଦୃଶ୍ୟମାନ ହେଉନାହିଁ। ଏ ନେଇ ଯାନବାହାନ ଚାଳକମାନେ ଅଧିକ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

ପାଣିପାଗ ବିଭାଗର ସୂଚନାନୁସାରେ, ଶନିବାର ଆଭ୍ୟନ୍ତରୀଣ ଓଡ଼ିଶା ସହ କଟକ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି । ବୌଦ୍ଧ, ସୁନ୍ଦରଗଡ଼, ଅନୁଗୁଳ, କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ଘେରିପାରେ । ଯାହାକି ଗାଡ଼ିମୋଟର ଚଳାଚଳରେ ସମସ୍ୟା ସୃଷ୍ଟି କରିପାରେ। ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ଏତତ୍ ବ୍ୟତୀତ ୫ ତାରିଖ ବିଳମ୍ବିତ ରାତି ଓ ୬ ତାରିଖ ଭୋର୍‌ ସମୟରେ ଉତ୍ତର ଉପକୂଳ ସମେତ ଅନୁଗୁଳ କଳାହାଣ୍ଡି, ମୟୂରଭଞ୍ଜ, ଖୋର୍ଦ୍ଧା, ଢେଙ୍କାନାଳ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ସେହିପରି କଟକ, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁରରେ ଘନ କୁହୁଡ଼ି ଆଶଙ୍କା ଅଛି ।

୭ ତାରିଖରେ ମଧ୍ୟ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡି ସମ୍ଭାବନା ଅଛି । ଭୋର୍‌ରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳରେ ମଧ୍ୟମ ଧରଣରର କୁହୁଡ଼ି ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ହୋଇପାରେ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ସେତେଟା ଫରକ ପଡିବାର ସମ୍ଭାବନା କମ୍ ରହିଛି ।

Show More

Related Articles

Back to top button