ଓଡ଼ିଶାମୁଖ୍ୟ ଖବର

୨୧ରେ ଏମ୍‌ଫିଲ୍‌ ଓ ୨୨ରେ ପିଏଚ୍‌ଡି ପ୍ରବେଶିକା ପରୀକ୍ଷା

ଉତ୍କଳ ବିଶ୍ବବିଦ୍ୟାଳୟରେ ଏମ୍‌ଫିଲ୍‌ ଓ ପିଏଚ୍‌ଡି ପାଠ୍ୟକ୍ରମର ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟ କରାଯାଉଛି। ଚଳିତ ମାସ ୧୫ ତାରିଖ ସୁଦ୍ଧା ଆଗ୍ରହୀ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ

୨୧ରେ ଏମ୍‌ଫିଲ ଓ ୨୨ରେ ପିଏଚ୍‌ଡି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବସନ୍ତ ମଲ୍ଲିକ ସୂଚନା ଦେଇଛନ୍ତି। ନାମଲେଖା ସମ୍ବନ୍ଧରେ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ।
ପିଏଚ୍‌ଡି ଓ ଏମ୍‌ଫିଲ୍‌ ପାଠ୍ୟକ୍ରମକୁ ନେଇ ବିଶ୍ବବିଦ୍ୟାଳୟପକ୍ଷରୁ ଏକ ସମୀକ୍ଷା ବୈଠକ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ ଭୋଗ କରୁଥିବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରାଯିବା ସହ ଆଗାମୀଦିନରେ ଯେଭଳି ଏହି ଅସୁବିଧା ଦେଖା ନଦେବ ସେନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି।

ପୂର୍ବରୁ ଅସୁବିଧା ଭୋଗୁଥିବା ବିଦ୍ୟାର୍ଥୀଙ୍କର ମଧ୍ୟ ସମସ୍ୟାର ସମାଧାନ କରିବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ଏମ୍‌ଫିଲ୍‌ ଓ ପିଏଚ୍‌ଡି ପାଠ୍ୟକ୍ରମକୁ ଅଧିକ ପ୍ରୋତ୍ସାହିତ କରାଯିବ।
ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟର ହଷ୍ଟେଲକୁ ସଫା କରାଯିବା ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସବୁ ହଷ୍ଟେଲ ପାଇଁ ନୂଆ ଅଧୀକ୍ଷକଙ୍କୁ ଦାୟିତ୍ବ ଦିଆଯିବବୋଲି ଉତ୍କଳ ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ମଲ୍ଲିକ କହିଛନ୍ତି।

Show More

Related Articles

Back to top button