ମନୋରଞ୍ଜନ

ସଲମାନ ଖାନ୍‌ଙ୍କ ନୋ ‘ଏଣ୍ଟ୍ରି-୨’ରେ ଏଣ୍ଟ୍ରି କରିବେ ସାଉଥ୍‌ ସୁନ୍ଦରୀ

ଚର୍ଚ୍ଚାରେ ଏହି ବଡ଼ ବଡ଼ ଅଭିନେତ୍ରୀଙ୍କ ନାମ…

ପ୍ରେମ୍‌ଙ୍କ ହିରୋଇନ୍‌ ସାଜିବେ ସାଉଥ ସୁନ୍ଦରୀ । ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ନୋ ଏଣ୍ଟ୍ରି-୨ରେ ଏଣ୍ଟ୍ରି କରିବେ ସାଉଥ ସୁନ୍ଦରୀ । ଟାଇଗର-୩ର ପରେ ଏବେ ନୋ ଏଣ୍ଟ୍ରି-୨ ସୁଟିଂ ଓ ଷ୍ଟାରକାଷ୍ଟ ନେଇ କାମ ଚାଲିଛି । ୨୦୦୫ର ହିଟ୍‌ ଫିଲ୍ମ ନୋ ଏଣ୍ଟ୍ରି ସିକ୍ୱେଲ ହେବାକୁ ଯାଉଛି । କମେଡି ଓ ରୋମାନ୍ସ ଭରା ଏହି ଫିଲ୍ମର ସିକ୍ୱେଲ କରିବାକୁ ନିଷ୍ପତ୍ତି ନେଇଛି ପ୍ରଯୋଜନା ସଂସ୍ଥା । ଖୁବଶୀଘ୍ର ଏହାର ଷ୍ଟାରକାଷ୍ଟ ମଧ୍ୟ ଘୋଷଣା ହେବ। ମିଳିଥିବା ତଥ୍ୟ ଅନୁସାରେ ଏହି ସିକ୍ୱେଲ ଫିଲ୍ମରେ ପୂର୍ବ ପରି ସଲ୍‌ମାନ ଖାନ୍‌, ଅନିଲ୍‌ କପୁର, ଫରଦିନ ଖାନ୍‌ ରହିବେ ।

ତେବେ ଏହି ଫ୍ଲିଲ୍ମକୁ ନେଇ ଏକ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି । ସଲମାନ୍‌ଙ୍କ ବିପକ୍ଷରେ ଜଣେ ସାଉଥ ସୁନ୍ଦରୀଙ୍କୁ ଦେଖିବାକୁ ମିଳିବ । ତେବେ କିଏ ସାଜିବ ସଲ୍ଲୁଙ୍କ ହିରୋଇନ୍‌ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ବଲିଉଡ୍‌ ଲାଇଫ୍‌ର ତଥ୍ୟ ଅନୁସାରେ, ନୋ ଏଣ୍ଟ୍ରି-୨ ପାଇଁ ଚାରି ଜଣ ସାଉଥ ସୁନ୍ଦରୀଙ୍କ ନାମ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରେ ରଶ୍ମିକା ମନ୍ଦାନା, ସାମାନ୍ଥା ରୁଥୁ ପ୍ରଭୁ, ପୁଜା ହେଗ୍‌ଡେ, ତମନ୍ନା ଭାଟିଆ ରହିଛନ୍ତି । ତେବେ କାହାକୁ ଫାଇନାଲ୍‌ କରାଯିବ । ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ।

Show More

Related Articles

Back to top button