Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ଡେଙ୍ଗୁ ଆତଙ୍କ

ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଲା

ରାଜଧାନୀରେ ଡେଙ୍ଗୁ ଆତଙ୍କ। ଭୁବନେଶ୍ବରରେ ୫୦ରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ବର୍ଷା ଆରମ୍ଭ ହୋଇଥିଲେ ସୁଦ୍ଧା ମାଶା ମାରିବା ପାଇଁ ବିଏମସି ଆବଶ୍ୟକ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସଚେତନ ଓ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଛି ବିଏମସି।ରାଜଧାନୀରେ ବ୍ୟାପିଲ ଡେଙ୍ଗୁ।କୋଭିଡ ସଙ୍କଟ ଟଳିନଥିବା ବେଳେ ଭୁବନେଶ୍ବରରେ ଏବେ ଡେଙ୍ଗୁ ଭୟ। ବିଏମସିର ବିଭିନ୍ନ ୱାର୍ଡରେ ୫୦ରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ହେଲଣି ।ନିଳାଦ୍ରୀ ବିହାର ଓ ଶୈଳଶ୍ରୀ ବିହାରରେ ଅଧିକାଂଶ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ଷା ଆରମ୍ଭରୁ ଗୋଟିଏ ପରେ ଗୋଟିଏ ୱାର୍ଡରେ ଡେଙ୍ଗୁ ବ୍ୟାପୁଥିବାରୁ ରାଜଧାନୀବାସିନ୍ଦାଙ୍କ ଚିନ୍ତା ବଢିଯାଇଛି । ବର୍ଷା ଆରମ୍ଭ ହୋଇଥିଲେ ସୁଦ୍ଧା ମଶା ମାରିବା ପାଇଁ ବିଏମସି ଆବଶ୍ୟକ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି।

ଡ୍ରେନ ଗୁଡିକରେ ମଶାତେଲ, ବ୍ଲିଚିଂ ପଡୁନଥିବାରୁ ମଶା ବଂଶବୃଦ୍ଧି କରୁଛନ୍ତି। ଯାହାଫଳରେ ଡେଙ୍ଗୁ କାୟା ବିସ୍ତାର କରୁଥିବା ରାଜଧାନୀବାସୀ କହିଛନ୍ତି ।ଡେଙ୍ଗୁକୁ ନେଇ ବସ୍ତି ଅଂଚଳରେ ମଧ୍ୟ ଚିନ୍ତା ବଢିଛି। ବିଭିନ୍ନ ଜାଗାରେ ପାଣି ଜମିଥିବା ଦେଖିବାକୁ ମିଲିଛି। ବସ୍ତି ଅଂଚଳରେ ମଶା ତେଲ ପଡୁନଥିବା ଡେଙ୍ଗୁ ବ୍ୟାପିବା ଆଶଙ୍କା ରହିଛି । ସେପଟେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ବିଏମସିର ଏକ ସ୍ବତନ୍ତ୍ର ଟିମ୍ ନର୍ଥ ଜୋନ ପରିଦର୍ଶନ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି । ୱାର୍ଡ ନମ୍ବର ୭ ଓ ୧୪ରେ ବ୍ୟାପକ ଡ୍ରାଇଭ ଆରମ୍ଭ ହୋଇଛି। ଏଥି ସହ ବିଭିନ୍ନ ମଶା ନାଳ ନର୍ଦ୍ଦମାରେ ତେଲ ପକେଇବା ଅଭିଯାନ ଆରମ୍ଭ ହୋଇଛି । ଆଗକୁ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ସଚେତନତା ରଥ ଗଢ଼ିବ ବୋଲି ବିଏମ୍ସି ଉତ୍ତର ଜୋନ ZDC କହିଛନ୍ତି। ଏବେଠୁ ଡେଙ୍ଗୁ ନିୟନ୍ତ୍ରଣ କରାନଗଲେ, ଆଗଗୁ ସ୍ଥିତି ଭୟଙ୍କର ହେବା ଆଶଙ୍କା କରାଯାଉଛି ।

Show More

Related Articles

Back to top button