
ରାଜ୍ୟରେ କ୍ରୀଡ଼ା ଭିତିଭୂମିର ବିକାଶ ପାଇଁ ନବୀନ ସରକାର ପ୍ରତିଶ୍ରୁତିବଦ୍ଧ । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଯୁବପ୍ରତିଭାମାନଙ୍କୁ ତୃଣମୂଳସ୍ତରରୁ ପ୍ରତିପୋଷଣ କରି ଆନ୍ତର୍ଜାତିକ ମାନର କ୍ରୀଡ଼ାବିତ୍ କରି ଗଢ଼ି ତୋଳିବାକୁ, ରାଜ୍ୟର ୧୧୪ଟି ଅର୍ବାନ ଲୋକାଲ ବଡିରେ ୮୯ଟି ସ୍ଥାନରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍ ର ମଞ୍ଜୁରୀ ମିଳିଛି । ରାଜ୍ୟରେ କ୍ରୀଡ଼ା ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଏହି ବଳିଷ୍ଠ ପଦକ୍ଷେପକୁ ବିଭିନ୍ନ ଜିଲ୍ଲାରେ ସ୍ବାଗତ କରାଯାଇଛି ।ରାଜ୍ୟର ୧୧୪ ଅର୍ବାନ୍ ଲୋକାଲ୍ ବଡିରେ ୮୯ଟି ସ୍ଥାନରେ ନିର୍ମାଣ ହେବ ଇନଡୋର ଷ୍ଟାଡିୟମ । ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ ଯୋଜନାରେ ୮୯ଗୋଟି ବହୁମୂଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ । ୧୮ମାସ ଭିତରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ରାଜ୍ୟର କ୍ରୀଡ଼ା ବିକାଶ କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ । ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡ଼ାର ବିକାଶ ନିମନ୍ତେ ନିରନ୍ତର ଧ୍ୟାନ କେନ୍ଦ୍ରୀତ କରିଆସୁଛନ୍ତି । ଗତବବର୍ଷ ମଧ୍ୟରେ ଆମ ରାଜ୍ୟ କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ା ଆୟୋଜନର ଏକ ପ୍ରମୁଖ ସ୍ଥାନର ମାନ୍ୟତା ପାଇଛି । 5-T କାର୍ଯ୍ୟସୂତ୍ରୀ ଅନୁଯାୟୀ ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ ରୁମାନ୍ତରଣକୁ ସୁନିଶ୍ଚିତ କରିବା ପାଇଁ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜନ ପ୍ରତିନିଧି ଓ କ୍ରୀଡ଼ାବିତମାନଙ୍କୁ ନେଇ ହୋଇଥିବା ପରାମର୍ଶ ଆଧାରରେ ଏହି କ୍ରୀଡ଼ା ଭିତ୍ତିଭୂମିର ଆବଶ୍ୟକୀୟ ନକ୍ସା ପ୍ରସ୍ତୁତ ହୋଇଛି ।ସେହିପରି ରାଜ୍ୟର ବିଭିନ୍ନ NAC, ମ୍ୟୁନିସିପାଲିଟି ଏବଂ ମ୍ୟୁନିସିପାଲ କର୍ପୋରେସନରେ ୮୯ଟି ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯିବ ।
ଏଥି ପାଇଁ ୬୯୩କୋଟି ୩୫ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସରକାର । ଏହି ଇଣ୍ଡୋର ଷ୍ଟାଡିୟମଗୁଡ଼ିକରେ ବ୍ୟାଡ଼ମିଣ୍ଟନ୍, ଟେବୁଲ ଟେନିସ, ଭାରୋତ୍ତଳନ ଆଦି କ୍ରୀଡ଼ା ସହ ଯୋଗ ଓ ବ୍ୟାୟାମଶାଳର ବ୍ୟବସ୍ତା ମଧ୍ୟ ରହିବ । ରାଜ୍ୟରେ କ୍ରୀଡ଼ା ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଏହି ବଳିଷ୍ଠ ପଦକ୍ଷେପକୁ ବିଭିନ୍ନ ଜିଲ୍ଲାରେ ସ୍ବାଗତ କରାଯାଇଛି । ନୟାଗଡ଼ବାସୀଙ୍କ ବହୁ ଦିନର ସ୍ବପ୍ନ ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ନୟାଗଡ଼ ବିଧାୟକ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ସେହିଭଳି ଭୁବନେଶ୍ବର ପ୍ରସ୍ତାବିତ ଇଣ୍ଡୋର ଷ୍ଟାଡିୟମ ନିର୍ମାଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକମାନେ ।କେବଳ ଯେ, କ୍ରୀଡ଼ା ଭିତ୍ତିଭୂମିର ବିକାଶ ଲାଗି ଏହି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ହେବ ତାହା ନୁହେଁ, ଘଣ୍ଟାପ୍ରତି ୨ଶହ କିଲୋମିଟର ପବନର ବେଗକୁ ସହ୍ୟ କରିପାରୁଥବା ଭଳି ଇଣ୍ଡୋର ଷ୍ଟାଡିୟମର ନିର୍ମାଣ କରାଯିବ ଯାହା ମହାବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶ୍ରୟ କେନ୍ଦ୍ର ରୂପେ ମଧ୍ୟ ବ୍ୟବହୃତ ହୋଇପାରିବ । ସେହିଭଳି ମହାମାରୀ ସମୟରେ ଏହି ଇନ୍ଡ଼ୋର ଷ୍ଟାଡିୟମଗୁଡ଼ିକୁ ଡାକ୍ତରଖାନା ରୂପେ ମଧ୍ୟ ବ୍ୟବହାର କରାଯାଇପାରିବ ।