Breaking PLUSଓଡ଼ିଶାମୁଖ୍ୟ ଖବର

ଜାରି ରହିଛି ପାନୀୟଜଳ ପ୍ରକଳ୍ପକୁ ବିରୋଧ, ରାଜକନିକାର ୩ ପଞ୍ଚାୟତରେ ୧୪୪ ଧାରା ଜାରି

କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡ଼ିହା ନିକଟ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାନୀୟ ଜଳ ଯୋଗାଣ ହେବ। ତେବେ ଏହି ପ୍ରକଳ୍ପକୁ ଆଳି ଓ ରାଜକନିକା ବ୍ଲକବାସୀ ବିରୋଧ କରୁଛନ୍ତି। ଏ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପର ପାଣି ଉଠା ସ୍ଥାନ ବରୁଣାଡିହା ସମେତ ନିକଟସ୍ଥ ବାଳକାଟି ଓ ଭାରିଗଦା ପଞ୍ଚାୟତରେ ୧୦ ତାରିଖ ଭୋର ୪ ଟାଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି।

କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡ଼ିହା ନିକଟ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାନୀୟ ଜଳ ଯୋଗାଣ ହେବ। ତେବେ ଏହି ପ୍ରକଳ୍ପକୁ ଆଳି ଓ ରାଜକନିକା ବ୍ଲକବାସୀ ବିରୋଧ କରୁଛନ୍ତି। ଏ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପର ପାଣି ଉଠା ସ୍ଥାନ ବରୁଣାଡିହା ସମେତ ନିକଟସ୍ଥ ବାଳକାଟି ଓ ଭାରିଗଦା ପଞ୍ଚାୟତରେ ୧୦ ତାରିଖ ଭୋର ୪ ଟାଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି। ପୋଲିସ ବଳୟ ମଧ୍ୟରେ ଠିକା ସଂସ୍ଥା ପକ୍ଷରୁ ବରୁଣାଡ଼ିହା ଠାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ଖରସ୍ରୋତା ନଦୀରୁ ପାଣି ନିଆଗଲେ ସ୍ଥାନୀୟ ଅଞ୍ଚଳର କୃଷି, ପାନୀୟ ଜଳ ସହିତ ଜାତୀୟ ଉଦ୍ୟାନ ଭିତରକନିକା ପ୍ରଭାବିତ ହେବ ଦର୍ଶାଇ ଆଳି ଓ ରାଜକନିକାବାସୀ ୨୦୧୯ ମସିହା ଡିସେମ୍ବର ମାସରୁ ବିରୋଧ କରି ଆସୁଛନ୍ତି ।

Show More

Related Articles

Back to top button