ବାଣିଜ୍ୟ

ରାଜ୍ୟରେ ବାହାର ରାଜ୍ୟରୁ ଆସୁଥିବା କ୍ଷୀର ଉପରେ ଲାଗିଲା ପ୍ରତିବନ୍ଧକ

ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ନେଲେ ସରକାର

ରାଜ୍ୟ ବାହାରୁ ଆସୁଥିବା ପ୍ୟାକଡ୍ ଏବଂ ଡବା କ୍ଷୀର ଉପରେ ଲାଗୁହେଲା ପ୍ରତିବନ୍ଧକ । ସିକ୍କିମ ସରକାର ଅସ୍ଥାୟୀ ରୁପେ ବାହାରୁ ଆସୁଥିବା ଦୁଗ୍ଧ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବାହାରୁ ଆସୁଥିବା କ୍ଷୀରର ଗୁଣବତ୍ତା ଉପରେ ରାଜ୍ୟ ସରକାର ପ୍ରଶ୍ନ ଉଠାଇଛନ୍ତି। ନୂଆ ନିଷ୍ପତ୍ତି ଅନୁଯାୟୀ, ବୁଧବାରରୁ ରାଜ୍ୟକୁ ବାହାର ଆସୁଥିବା କ୍ଷୀରର କିଣା-ବିକା ଉପରେ ପ୍ରତିବନ୍ଧକ ଲାଗୁ କରାଯିବ ।

ଏ ମାମଲାରେ ସିକ୍କିମ ସରକାରର ପଶୁ ପାଳନ ଏବଂ ପଶୁ ଚିକିତ୍ସା ସେବା ବିଭାଗ ବିଜ୍ଞପ୍ତି ଜାରି କରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି,ରାଜ୍ୟକୁ ବିଭିନ୍ନ ପ୍ରକାରର ପ୍ରକ୍ରିୟାକୃତ କ୍ଷୀର ବିକ୍ରୟ ପାଇଁ ଅଣାଯାଉଛି। ତେବେ ଲୋକଙ୍କ ମତାମତରୁ ଜଣାପଡିଛି ଯେ, ଘରୋଇ ସଂସ୍ଥା ଦ୍ୱାରା ଯୋଗାଯାଉଥିବା ଏହି ଉତ୍ପାଦ ଗୁଡିକ ଉଚ୍ଚ ଗୁଣାବତ୍ତା ସମ୍ପନ୍ନ ନୁହେଁ ଏବଂ ଆବଶ୍ୟକୀୟ ମାନଦଣ୍ଡ ପୂରଣ କରିପାରୁ ନାହିଁ । ଏହାକୁ ନଜରରେ ରଖି ରାଜ୍ୟରେ କ୍ଷୀର ଆମଦାନୀ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିବା ରାଜ୍ୟ ସରକାର କହିଛନ୍ତି। ଲୋକଙ୍କ ସୁରକ୍ଷାକୁ ନଜରରେ ଜାନୁଆରୀ ୧୯ରୁ ଏହି ପ୍ରତିବନ୍ଧକ ଲାଗୁ ହେବ।

Show More

Related Articles

Back to top button