Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ୨୩୨୦ ଟିକାଦାନ କେନ୍ଦ୍ରରେ ଟିକାକରଣ

ଉଭୟ ଅନଲାଇନ୍ ଓ ଅନସାଇଟ୍ ପଞ୍ଜୀକରଣ କରି ଟିକା ନେଇପାରିବେ ହିତାଧିକାରୀ

୧୮ରୁ ୫୯ବର୍ଷ ବୟସ ବର୍ଗଙ୍କ ପ୍ରିକସନ୍ ଡୋଜ୍ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଶୁକ୍ରବାର ରାଜ୍ୟରେ ୨୩୨୦ ଟିକାକରଣ କେନ୍ଦ୍ରରେ ଚାଲିଛି ଟିକାକରଣ । ଏ ବୟସ ବର୍ଗରେ ୨ କୋଟି ୬୫ ଲକ୍ଷରୁ ଅଧିକ ଲୋକ ଅଛନ୍ତି । ଭୁବନେଶ୍ବରରେ ଏ ବୟସ ବର୍ଗର ୭ ଲକ୍ଷରୁ ଅଧିକ ଲୋକ ଅଛନ୍ତି । ଭୁବନେଶ୍ବରରେ ୧୯ଟି ଟିକାକରଣ କେନ୍ଦ୍ର ହୋଇଛି । ବର୍ତ୍ତମାନ ସୁଦ୍ଧା ୧୮ରୁ ୫୯ବର୍ଷ ବୟସ ବର୍ଗରେ ରାଜ୍ୟରେ ୧ ଲକ୍ଷ ୫୨ ହଜାର ପ୍ରିକସନ୍ ଡୋଜ୍ ନେଇସାରିଛନ୍ତି । ସବୁ ଜିଲ୍ଲାରେ ଏହି ଟିକାକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ଅନଲାଇନ୍ ଓ ଅନସାଇଟ୍ ପଞ୍ଜୀକରଣ କରି ଟିକା ନେଇପାରିବେ ହିତାଧିକାରୀ ।

ଏବେ ରାଜ୍ୟରେ ୧୩ ଲକ୍ଷ ଡୋଜ୍ ଟିକା ମହଜୁଦ ଅଛି । ଏହା କିଛି ଦିନ ଯାଏଁ ଚାଲିବ । ଏହାପରେ ଅଧିକ ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ । ଯେହେତୁ ମାଗଣା ଟିକାକରଣ ଲାଗି ୭୫ଦିନ ସମୟ ଅଛି, ସବୁ ଲୋକଙ୍କୁ ପ୍ରିକସନ୍ ଡୋଜ୍ ଟିକାକରଣ କରାଇବା ସାମାନ୍ୟ କଷ୍ଟକର ହୋଇପାରେ । ତେବେ ଲୋକମାନେ ଆଗ୍ରହ ଦେଖାଇଲେ ଅଧିକରୁ ଅଧିକ ଲୋକଙ୍କ ଟିକାକରଣ କରାଯାଇପାରିବ । ସବୁ ଲୋକଙ୍କୁ ପ୍ରିକସନ୍ ଡୋଜ୍ ଦେବାକୁ ରାଜ୍ୟର ଟିକାକରଣ କେନ୍ଦ୍ର ସଂଖ୍ୟା ୩ ହଜାରରୁ ଅଧିକକୁ ବଢ଼ାଯିବ । ଏମିତିକି କଲେଜ, ଶିକ୍ଷାନୁଷ୍ଠାନରେ କ୍ୟାମ୍ପ କରି ୧୮ବର୍ଷରୁ ଉର୍ଦ୍ଧ୍ବ ବୟସର ପିଲାଙ୍କୁ ମଧ୍ୟ ଟିକାକରଣ କରାଇବାକୁ ଯୋଜନା ହୋଇଛି ।

Show More

Related Articles

Back to top button