Breaking PLUSଓଡ଼ିଶାମୁଖ୍ୟ ଖବର

ଗଣଶିକ୍ଷା ମନ୍ତ୍ରୀ: ଶିକ୍ଷା କ୍ଷେତ୍ରରେ ଓଡିଶାର ଅଗ୍ରଗତି ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ

ଶିକ୍ଷା କ୍ଷେତ୍ରରେ ଓଡିଶାର ଅଗ୍ରଗତି ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ

ମୁଲତବୀ ପ୍ରସ୍ତାବ ଉପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉତ୍ତର ରଖି କହିଛନ୍ତି, ରାଜ୍ୟରେ ସ୍କୁଲ ଭିତ୍ତିଭୂମିର ବିକାଶ ଓ ଉନ୍ନତିକରଣ ପାଇଁ ବର୍ତ୍ତମାନ ସୁଦ୍ଧା ୩,୧୨,୪୮୨ ସ୍କୁଲରେ ଭିତ୍ତିଭୂମି ନିମନ୍ତେ ୬,୨୬୭,୩୮ ଟଙ୍କାର ବ୍ୟବସ୍ଥା କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ୧୨୪୬୬ଟି ସ୍କୁଲ ପାଇଁ ୩୧୯ କୋଟି ୧୬ ଲକ୍ଷ ୫୮ ହଜାର ଟଙ୍କା ମଞ୍ଜୁରୀ ଲାଭ କରିଛି । ୧୮୬୭ଟି ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ଲାଗି ୧୪ ଲକ୍ଷ ୭୯ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୫୧୨ ଉଚ୍ଚ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ଲାଇବ୍ରେରୀ ସାଇନ୍ସ ଲ୍ୟାବ୍, ଶୌଚାଳୟ, ବିଦ୍ୟୁତକରଣ ଓ ଆସବାବପତ୍ର ପାଇଁ ୪୩୨କୋଟି ୮ ଲକ୍ଷ ୮୧ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ଦ୍ଵିତୀୟ ପର୍ଯ୍ୟାୟରେ ୮ଟି ବ୍ଲକର ୧ ହଜାର୧୪୬ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରିତ କରିବା ପାଇଁ ୬୮୭ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଡ୍ରପ୍ ଆଉଟ୍ ରୋକିବା ପାଇଁ ସରକାର ସ୍ମାର୍ଟ ସ୍କୁଲ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ୨୪ ଜିଲ୍ଲାରେ ୩୦୫୧ଟି ସ୍କୁଲକୁ ମୋ ସ୍କୁଲ ଜରିଆରେ ୧୪ ଶହ୨୮କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯାଇଛି। ଖାଲିପଡିଥିବା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପକ୍ରିୟା ଜାରି ରିହିଛି। ଏପଟେ ସର୍ବଶିକ୍ଷା ଅଭିଯାନରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ଦେଉନାହାନ୍ତି ମନ୍ତ୍ରୀ କହିଥିବା ବେଳେ ଜାତୀୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଶିକ୍ଷା କ୍ଷେତ୍ରରେ ଓଡିଶାର ଅଗ୍ରଗତି ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ ବୋଲି ମୁଲତବୀ ଉତ୍ତରରେ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Show More

Related Articles

Back to top button