ଓଡ଼ିଶାମୁଖ୍ୟ ଖବର

ମେ ମାସରେ ପୁଣି ବାତ୍ୟା ଆଶଙ୍କା ।

ମେ ଦ୍ଵିତୀୟ ସପ୍ତାହ ସୁଦ୍ଧା ତାମିଲନାଡୁ ଉପକୁଳ ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ଘୂର୍ଣିବଳୟ। ଏହା ପରେ ବାତ୍ୟାର ରୂପ ନେବ। ଏଭଳି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ

ମେ ୧୨ ତାରିଖ ବେଳକୁ ତାମିଲନାଡୁ ନିକଟ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଆଉ ଏହା ଘନୀଭୂତ ହୋଇ ମେ ୧୩ ରୁ ୧୪ ତାରିଖ ମଧ୍ୟରେ ବାତ୍ୟା ସମ୍ଭାବନା ରହିଛି । ବଡ କଥା ହେଉଛି ଏହି ସମ୍ଭାବ୍ୟ ବାତ୍ୟା ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି ।ବିଶ୍ବର କେତେକ ପ୍ରମୁଖ ପାଣିପାଗ ଗବେଷଣା ସଂସ୍ଥା ଏଭଳି ଆକଳନ କରୁଛନ୍ତି । କେବଳ ଓଡିଶା ଓ ପଶ୍ଚିମବଙ୍ଗ ନୁହେଁ ବିହାର ଓ ଝାଡଖଣ୍ଡକୁ ମଧ୍ୟ ଏହି ବାତ୍ୟା ଛୁଇଁପାରେ । ଏହାସହ ମେ ୯ ତାରିଖ ଆଡକୁ ଆଣ୍ଡାମାନ ନିକଟରେ ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଉଛି । ଏହି ଘୂର୍ଣ୍ଣିବଳୟ ଘନିଭୂତ ହୋଇ ମିଆଁମାର ଆଡକୁ ଗତି କରିବ ବୋଲି ଆକଳନ କରାଯାଉଛି। ଆଗାମୀ ସପ୍ତାହରେ ସୃଷ୍ଟି ହେବାକୁ ଥିବା ଏହି ଦୁଇ ଘୂର୍ଣିବଳୟ କିଭଳି ରୂପ ନେବ ଓ ଏହାର ପ୍ରଭାବ ଓଡିଶା ଉପରେ ରହିବ କି ନାହିଁ ସେନେଇ ଏବେଠୁ ଆକଳନ କରାଯାଇ ପାରିବନି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।

ଚଳିତ ବର୍ଷ ଏପ୍ରିଲ ମାସରେ ବଙ୍ଗୋପ ସାଗରରେ କୌଣସି ଘୁର୍ଣ୍ଣିବଳୟ ସୃଷ୍ଟି ହୋଇନାହିଁ । ତେଣୁ ମେ ମାସରେ ଏଭଳି ସମ୍ଭାବନା ଅଧିକ ରହିଥିବା ଆକଳନ କରାଯାଉଛି। ୨୦୨୦ ମେ ମାସରେ ଅମ୍ଫାନ ବାତ୍ୟା ଆସିଥିଲା। ତାପୂର୍ବରୁ ୨୦୧୯ରେ ମଧ୍ୟ ମେ ମାସରେ ଫନି ବାତ୍ୟା ଓଡିଶା ଉପକୂଳରେ ତାଣ୍ଡବ ରଚିଥିଲା । ଯେହେତୁ ମେ ମାସରେ ପ୍ରାକ୍ ମୌସୁମି ବର୍ଷା ଆରମ୍ଭ ସହ ବଙ୍ଗୋପ ସାଗରରେ ସାଇକ୍ଲୋନ ହେବା ପୂର୍ବ ନଜିର ରହିଛି ତେଣୁ ଏଭଳି ଆକଳନ କରାଯାଉଛି । ଏହାସହ ମେ ମାସରେ ଆସୁଥିବା ସବୁ ସାଇକ୍ଲୋନ୍ ବାଙ୍ଗଲାଦେଶ, ପଶ୍ଚିମବଙ୍ଗ କିମ୍ବା ଓଡିଶାକୁ ମଧ୍ୟ ହିଟ୍ କରୁଥିବାରୁ ଏଭଳି ଭୟ ସଂଚାର ହୋଇଛି।ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଏବର୍ଷ ସି-ସର୍ଫେସ ତାପମାତ୍ରା ସ୍ବାଭାବିକରୁ ଅଧିକ ଉଷ୍ମ ରହିବ। ତେଣୁ ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

Show More

Related Articles

Back to top button