ଓଡ଼ିଶାମୁଖ୍ୟ ଖବର

ଆଜିଠୁ ଭିତରକନିକା ବନ୍ଦ

ଜୁଲାଇ ୩୧ ପର୍ଯ୍ୟନ୍ତ ରହିବ କଟକଣା

ଆଜିଠୁ ବନ୍ଦ ରହିବ ଭିତରକନିକା । କେନ୍ଦ୍ରପଡ଼ା ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଭିତରକନିକା ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ କଟକଣା ଲଗାଇଛି ବନବିଭାଗ ।ଖବର ଅନୁଯାୟୀ, କୁମ୍ଭୀର ମାନଙ୍କ ପ୍ରଜନନ ନିମନ୍ତେ ମେ ୧ ତାରିଖରରୁ ଜୁଲାଇ ୩୧ ତାରିଖ ପର୍ଯ୍ୟ ବନ୍ଦ ରହିବ ଭିତରକନିକା । ଏହି ସମୟରେ ମାଇ କୁମ୍ଭୀର ମାନେ ଅଧିକ ହିଂସ୍ର ହୋଇଥାନ୍ତି ।

ପର୍ଯ୍ୟଟକ ମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ କରିଥାଏ । ତେବେ ଏହି ତିନିମାସ ସମୟରେ ବଉଳାକୁମ୍ଭିର ମାନେ ଅଣ୍ଡା ଦେଇଥାନ୍ତି । ନିଜର ବଂଶ ରକ୍ଷା କରିବା ପାଇଁ ପାଖରେ କେହି ପର୍ଯ୍ୟଟକ ଦେଖିଲେ ଆକ୍ରମଣ କରିବାକୁ ପଛାଇନଥାନ୍ତି । ତେଣୁ ଏହି ସମୟରେ ଭିତରକନିକାକୁ ପର୍ଯ୍ୟଟକଙ୍କ ଯିବା ଉପରେ କଟକଣା ଲଗାଯାଇଛି ।

Show More

Related Articles

Back to top button