ବାଣିଜ୍ୟ

ମାଲକାନଗିରିରେ ୧୧୪ ଡେଇଁଲା ପେଟ୍ରୋଲ ଦର

ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପୁଣି ଥରେ ରାଜ୍ୟରେ ତୈଳ ଦର ମାଲକାନଗିରି ଜିଲ୍ଲାରେ ସର୍ବାଧିକ ରହିଛି ।

ପେଟ୍ରୋଲ ଦର ଲିଟର ପିଛା ୮୬ ପଇସା ବୃଦ୍ଧି ପାଇ ଆଜି ୧୧୪.୧୯ ଟଙ୍କାରେ ପହଞ୍ଚି ଥିବା ବେଳେ ଡିଜେଲ ଦର 85 ପଇସା ବୃଦ୍ଧି ପାଇ ଲିଟର ପିଛା ୧୦୩.୭୮ ଟଙ୍କାରେ ପହଞ୍ଚିଛି । ଚଳିତ ମାସରେ ଲଗାତର ଭାବେ ଅଷ୍ଟମ ଥର ଲାଗି ପେଟ୍ରୋଲ ଦର ବୃଦ୍ଧି ପାଇଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ବଜାରରେ ଖାଦ୍ୟ ସାମଗ୍ରୀ ଦର ଦାମ ମଧ୍ୟ ବଢିବାରେ ଲାଗିଛି ।

ଗାଁ ଗହଳିରେ ଲୋକେ ଆଉ ପନି ପରିବା ନେଇ ମୋଟର ସାଇକେଲ ଯୋଗେ ସହରକୁ ଆସିବା ଲାଗି ଇଚ୍ଛା କରୁ ନାହାନ୍ତି । ତେବେ ୨୫ କିଲୋମିଟର ଦୂର ପଡୋଶୀ ରାଜ୍ୟ ଛତିଶଗଡର ସୁକୁମା ଜିଲ୍ଲାରେ ତୈଳ ଦର ୫ ରୁ ୬ ଟଙ୍କା ପର୍ଯ୍ୟନ୍ତ କମ୍‌ ରହିଛି । ଯାହାକୁ ନେଇ ମାଲକାନଗିରି ଜିଲ୍ଲାର ଗ୍ରାହକଙ୍କ ମଧ୍ୟରେ ଅନେକ ଅସନ୍ତୋଷ ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ବଦଳରେ ଜିଏସଟି ଲାଗୁ କରିବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Show More

Related Articles

Back to top button