Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଶେଷ ୨୪ଘଣ୍ଟାରେ ଚିହ୍ନଟ ହେଲେ ୪୮୨୯ କୋଭିଡ୍ ପଜିଟିଭ୍

୧୦୭୫୬୯୮ରେ ପହଞ୍ଚିଲା ସଂଖ୍ୟା

ଗତ ୨୪ ଘଣ୍ଟା ମଧ୍ୟରେ ୪୮୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୫୬୯୮ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୨୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୦୦୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୪୮ ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୯ଜଣ, ବାଲେଶ୍ୱର ଜିଲ୍ଲାରୁ ୨୧୦ଜଣ, ବରଗଡ଼ ଜିଲ୍ଲାରୁ ୮୪ଜଣ, ଭଦ୍ରକ ଜିଲ୍ଲାରୁ ୬୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦୪ଜଣ, ବୌଦ୍ଧ ଜିଲ୍ଲାରୁ ୬ଜଣ, କଟକ ଜିଲ୍ଲାରୁ ୪୦୧ଜଣ, ଦେଓଗଡ଼ ଜିଲ୍ଲାରୁ ୧୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୩ଜଣ, ଗଜପତି ଜିଲ୍ଲାରୁ ୩୨ଜଣ, ଗଞ୍ଜାମ ଜିଲ୍ଲାରୁ ୪୯ଜଣ, ଜଗତସିଂହପୁର ଜିଲ୍ଲାରୁ ୪୬ଜଣ,

ଯାଜପୁର ଜିଲ୍ଲାରୁ ୬୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୮୯ଜଣ, କଳାହାଣ୍ଡି ଜିଲ୍ଲାରୁ ୪୮ଜଣ, କନ୍ଧମାଳ ଜିଲ୍ଲାରୁ ୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୪ଜଣ, କେନ୍ଦୁଝର ଜିଲ୍ଲାରୁ ୬୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯୩୩ଜଣ, କୋରାପୁଟ ଜିଲ୍ଲାରୁ ୭୭ଜମ, ମାଲକାନଗିରି ଜିଲ୍ଲାରୁ ୧୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୭୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୫ଜଣ, ନୟାଗଡ଼ ଜିଲ୍ଲାରୁ ୨୪ଜଣ, ନୂଆପଡ଼ା ଜିଲ୍ଲାରୁ ୫୧ଜଣ, ପୁରୀ ଜିଲ୍ଲାରୁ ୧୩୦ ଜଣ, ରାୟଗଡ଼ା ଜିଲ୍ଲାରୁ ୮୨ଜଣ, ସମ୍ବଲପୁର ଜିଲ୍ଲାରୁ ୬୪୪ଜଣ, ସୋନପୁର ଜିଲ୍ଲାରୁ ୩୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୬୯ଜଣ, ଷ୍ଟେଟ ପୁଲ୍‌ରୁ ୨୧୯ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୭୫୬୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୦୫୬୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୬୬୧୭ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୬୧୭୮୯୭୩ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Show More

Related Articles

Back to top button