Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଶେଷ ୨୪ଘଂଟାରେ ଚିହ୍ନଟ ହେଲେ ୨୭୦୩ କୋଭିଡ୍ ପଜିଟିଭ୍

୧୦୬୨୪୭୬ରେ ପହଞ୍ଚିଲା ସଂଖ୍ୟା

ଗତ ୨୪ ଘଣ୍ଟା ମଧ୍ୟରେ ୨୭୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୨୪୭୬ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୫୭୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୧୨୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୦୯ ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୨୬ ଜଣ,

ସୁନ୍ଦରଗଡ଼ରୁ ୪୫୪ ଜଣ, କଟକରୁ ୧୯୧ ଜଣ, ସମ୍ବଲପୁରରୁ ୧୭୯ ଜଣ, ଝାରସୁଗୁଡ଼ାରୁ ୧୦୬ ଜଣ, ଯାଜପୁରରୁ ୭୮ ଜଣ, ବରଗଡ଼ରୁ ୭୫ ଜଣ, ବାଲେଶ୍ବରରୁ ୭୩ ଜଣ, ପୁରୀରୁ ୫୪ ଜଣ, ବଲାଙ୍ଗୀରରୁ ୫୪ ଜଣ, ମୟୂରଭଞ୍ଜରୁ ୪୨ ଜଣ, ଦେବଗଡ଼ରୁ ୩୭ ଜଣ, କେନ୍ଦୁଝରରୁ ୩୩ ଜଣ,ନବରଙ୍ଗପୁରରୁ ୨୯ ଜଣ, ଗଞ୍ଜାମରୁ ୨୭ ଜଣ, ରାୟଗଡ଼ାରୁ ୨୨ ଜଣ, କୋରାପୁଟରୁ ୧୯ ଜଣ, ଜଗତସିଂହପୁର ଓ କଳାହାଣ୍ଡିରୁ ୧୩ ଜଣ ଲେଖାଏଁ, ନୂଆପଡ଼ା ଓ ସୋନପୁରରୁ ୧୦ ଜଣ ଲେଖାଁଏ,ଗଜପତିରୁ ୯ ଜଣ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରୁ ୭ ଜଣ ଲେଖାଁଏ, ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୬ ଜଣ ଲେଖାଁଏ, ଭଦ୍ରକରୁ ୫ ଜଣ, ଢ଼େଙ୍କାନାଳ ଓ କନ୍ଧମାଳ ଜିଲ୍ଲାରୁ ୩ ଜଣ ଲେଖାଁଏ, ମାଲକାନଗିରିରୁ ଜଣେ ଏବଂ ଷ୍ଟେଟ୍ ପୁଲ୍‌ରୁ ୨୧୧ ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୬୨୪୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୨୩୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୫୭୧୮ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୫୯୬୩୦୩୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Show More

Related Articles

Back to top button