ଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଶେଷ ୨୪ଘଣ୍ଟାରେର ଚିହ୍ନଟ ହେଲେ ୨୭୦ କରୋନା ସଂକ୍ରମିତ

୧୦୪୯୮୬୭ରେ ପହଞ୍ଚିଲା ସଂଖ୍ୟା

ଗତ ୨୪ ଘଣ୍ଟା ମଧ୍ୟରେ ୨୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୯୮୬୭ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୧୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୭ ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୨୪ ଜଣ, ଢ଼େଙ୍କାନାଳରୁ ୨୦ ଜଣ, କଟକରୁ ୧୬ ଜଣ, ସୁନ୍ଦରଗଡ଼ରୁ ୧୪ ଜଣ, ଯାଜପୁର ଓ ମୟୂରଭଞ୍ଜରୁ ୧୦ ଜଣ,

ଝାରସୁଗୁଡ଼ାରୁ ୯ ଜଣ, ସମ୍ବଲପୁରରୁ ୭ ଜଣ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରୁ ୫ ଜଣ ଲେଖାଁଏ, ବାଲେଶ୍ବର ଓ ଗଞ୍ଜାମ ଜିଲ୍ଲାରୁ ୪ ଜଣ ଲେଖାଁଏ, ବଲାଙ୍ଗୀରରୁ ୩ ଜଣ, ଅନୁଗୁଳ, କେନ୍ଦୁଝର ଓ ନୟାଗଡ଼ ଜିଲ୍ଲାରୁ ୨ ଜଣ ଲେଖାଁଏ, ଭଦ୍ରକ,ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଁଏ ରହିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୯୮୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୪୨୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୮୯୭୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୩୯୦୪୭୫୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Show More

Related Articles

Back to top button