Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଶେଷ ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍

୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା

ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪୪୪୦୧ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୮୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୪୦୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୯୮୨ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୫୮ଜଣ, ବାଲେଶ୍ୱର ଜିଲ୍ଲାରୁ ୪୩୩ଜଣ, ବରଗଡ଼ ଜିଲ୍ଲାରୁ ୧୬୬ଜଣ, ଭଦ୍ରକ ଜିଲ୍ଲାରୁ ୧୧୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୩୮ଜଣ, ବୌଦ୍ଧ ଜିଲ୍ଲାରୁ ୮୫ଜଣ, କଟକ ଜିଲ୍ଲାରୁ ୭୮୬ଜଣ, ଦେଓଗଡ଼ ଜିଲ୍ଲାରୁ ୪୪ଜଣ,

ଢେଙ୍କାନାଳ ଜିଲ୍ଲାରୁ ୭୦ଜଣ, ଗଜପତି ଜିଲ୍ଲାରୁ ୧୦୯ଜଣ, ଗଞ୍ଜାମ ଜିଲ୍ଲାରୁ ୯୨ଜଣ, ଜଗତସିଂହପୁର ଜିଲ୍ଲାରୁ ୨୦୭ଜଣ, ଯାଜପୁର ଜିଲ୍ଲାରୁ ୧୯୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୨୫ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬୩ଜଣ, କନ୍ଧମାଳ ଜିଲ୍ଲାରୁ ୫୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୯୩୪ଜଣ, କୋରାପୁଟ ଜିଲ୍ଲାରୁ ୧୬୨ଜଣ, ମାଲକାନାଗିରି ଜିଲ୍ଲାରୁ ୫୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୮୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫୯ଜଣ, ନୟାଗଡ଼ ଜିଲ୍ଲାରୁ ୧୯୩ଜଣ, ନୂଆପଡ଼ା ଜିଲ୍ଲାରୁ ୧୦୮ଜଣ, ପୁରୀ ଜିଲ୍ଲାରୁ ୧୯୮ଜଣ, ରାୟଗଡ଼ା ଜିଲ୍ଲାରୁ ୨୫୩ଜଣ, ସମ୍ବଲପୁର ଜିଲ୍ଲାରୁ ୩୮୭ଜଣ, ସୋନପୁର ଜିଲ୍ଲାରୁ ୧୬୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୪୪୭ଜଣ, ଷ୍ଟେଟ ପୁଲ୍‌ରୁ ୭୦୭ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୪୪୪୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୫୭୯୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୬୦୦୬୭ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୬୭୦୧୫୭୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Show More

Related Articles

Back to top button