ଦେଶ ବିଦେଶବାଣିଜ୍ୟ

ଭାରତରେ କାଗଜ ନୋଟ୍‌କୁ ପୁରିଲା ୧୬୦ ବର୍ଷ, ଏମିତି ହୋଇଥିଲା ପ୍ରଚଳନ

ଭାରତରେ କାଗଜ ନୋଟ୍‌ ପ୍ରଚଳନକୁ ଚଳିତ ମାସରେ ୧୬୦ ବର୍ଷ ପୁରିଛି। ଏକଦା ଇଂରେଜ ମାନେ ଦେଶ ଉପରେ ନିଜର ନିୟନ୍ତ୍ରଣ କଡାକଡି କରିବାକୁ ପ୍ରଚଳନ କରିଥିବା ଏହି କାଗଜ ଟଙ୍କା ଏବେ ଆମ ଜାତୀୟ ଏକତାର ନିଦର୍ଶନ ପାଲଟିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ଅର୍ଥର ସ୍ରୋତ ଜାରି ରଖିବାକୁ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ବିସ୍ତୃତ ନୋଟ୍‌ ଶୃଙ୍ଖଳା ଚଳାଇଛନ୍ତି। ତେବେ ୧୮୬୧ ମସିହାରେ ଦେଶରେ ପ୍ରଚଳିତ ହୋଇଥିବା ନୋଟ୍‌ କିନ୍ତୁ ଏପରି ନଥିଲା।ତେବେ ଏହାର ଅର୍ଥ ନୁହେଁ ଯେ ଇଂରେଜଙ୍କ କାଗଜ ଟଙ୍କା ପୂର୍ବରୁ ଭାରତରେ ମୂଲ୍ୟ ନିର୍ଦ୍ଧାରଣ ଲାଗି ସେପରି କିଛି ବ୍ୟବସ୍ଥା ନଥିଲା

ବିଭିନ୍ନ ଭାରତୀୟ ରାଜ୍ୟମାନେ ନାନା ଧାତୁରେ ମୁଦ୍ରା ଦ୍ୱାରା ଅର୍ଥ ବ୍ୟବସ୍ଥା ନିୟନ୍ତ୍ରିତ କରୁଥିଲେ। ଯେଉଁଥିରେ ସୁନା ଭଳି ମହାର୍ଘ୍ୟ ଧାତୁ ମଧ୍ୟ ଥିଲା। ଭାରତରେ ଇଂରେଜଙ୍କ କାଗଜ ଟଙ୍କା ପ୍ରଚଳନର ୨ହଜାର ୬୦୦ ବର୍ଷ ପୂର୍ବରୁ ଅର୍ଥର ପ୍ରଚଳନ ଥିଲା। ବିଭିନ୍ନ ରାଜତନ୍ତ୍ର, ସ୍ଥାନୀୟ ଶାସକ ଦୀର୍ଘ ବର୍ଷରୁ ମୁଦ୍ରାରେ କାରବାର କରିଆସୁଥିଲେ।ତେବେ ନୋଟ୍ –ଟୁକୁରାଏ କାଗଜ ଯାହା ଆଜିର ଦିନରେ ଆପଣଙ୍କୁ ଧନୀ ଅଥବା ଗରିବ କରିପାରେ ତାହା ୧୮୬୧ କାଗଜ ମୁଦ୍ରା ଅଧିନିମୟ ଦ୍ୱାରା ସୃଷ୍ଟି ହୋଇଥିଲା। ଯାହା ତତ୍କାଳୀନ ଭାରତ (ପାକିସ୍ତାନ, ବାଂଲାଦେଶ ଓ ବର୍ମାର କିଛି ଅଂଶ)ରେ ଏକକ ମୁଦ୍ରା ନୋଟ ଜାରି ଲାଗି ବ୍ରିଟିଶ ଉପନିବେଶ ସରକାରଙ୍କୁ ପ୍ରାଧିକୃତ କରିଥିଲା। ତେବେ ଔପନିବେଶିକ ସରକାରଙ୍କର ଏହି କାଗଜ ଟୁକୁରା ହୁଏତ ତତ୍କାଳୀନ ଆର୍ଥିକ ପ୍ରଣାଳୀର ଏକ କ୍ଷୁଦ୍ର ଅଂଶ ଥିଲା ହେଲେ ବ୍ୟବସାୟ ବାଣିଜ୍ୟର ନୂଆ ଉପାୟର ଉଦ୍‌ଭାବକ ମଧ୍ୟ ଥିଲା । ଯାହା ବିଶ୍ୱାସ ବଢାଇବା ଦିଗରେ ଏକ ଦୀର୍ଘ ଲମ୍ପ ବୋଲି କୁହାଯାଇପାରେ।ତେବେ ଭାରତରେ ଇଂରେଜଙ୍କ କାଗଜ ଟଙ୍କାର ଏକ ଇତିହାସ ମଧ୍ୟ ଅଛି।

ଆରବିଆଇଙ୍କ ପୂର୍ବତନ ମୁଖ୍ୟ ମହାପ୍ରବନ୍ଧକ ତଥା ସଚିବ ବାଜିଲ ଶେଖ୍‌ଙ୍କ ପୁସ୍ତକ ‘ଦି କଞ୍ଜରର୍ସ ଟ୍ରିକ୍, ଏବାଉଟ ଦି ଇଭୋଲ୍ୟୁସନ ଅଫ ଇଣ୍ଡିଆନ ପେପର ମନି’ରେ ଏହାର ସୁନ୍ଦର ବାଖ୍ୟାନ ରହିଛି। ଭାରତରେ ୧୮୫୭-୫୮ ବିଦ୍ରୋହ ଇଂରେଜଙ୍କୁ ଦୋହଲାଇ ଦେଇଇଥିଲା। ବିଦ୍ରୋହ ମୁକାବିଲା ଲାଗି ଇଷ୍ଟ ଇଣ୍ଡିଆ କମ୍ପାନୀ ବିପୁଳ ଋଣରେ ବୁଡି ଯାଇଥିଲା। ଏଥିରେ ବ୍ରିଟିଶ ରାଜତନ୍ତ୍ର ଇଷ୍ଟ ଇଣ୍ଡିଆ କମ୍ପାନୀ ହାତରୁ ଭାରତର ଶାସନ ଛଡାଇ ନେବାରୁ ଋଣ କିଏ ସୁଝିବ ତାହା ହିଁ ଥିଲା ସେ ସମୟର ବଡ ପ୍ରଶ୍ନ । ସେତେବେଳେ ଭାରତ ନିଜର କୃତ୍ୟ ଲାଗି ଏହା ନିଜ ବହନ କରିବ ବୋଲି ବ୍ରିଟିଶ ସରକାର ସ୍ପଷ୍ଟ କରିଥିଲେ ବୋଲି ଶେଖ୍‌ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଏଥିଲାଗି ୧୮୬୧ରେ ବ୍ରିଟିଶ ରାଜତନ୍ତ୍ର ପ୍ରଚଳନ କରିଥିବା କଗାଜ ମୁଦ୍ରା ଭାରତୀୟ ଆର୍ଥିକ ବ୍ୟବସ୍ଥା ସ୍ଥାପନା ଲାଗି ପରବର୍ତ୍ତି ସମୟରେ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଛି।

Show More

Related Articles

Back to top button