Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତରେ କମୁଛି ଫେସବୁକର ଗ୍ରୋଥରେଟ୍

ଭାନଗ୍ନତା ଓ ଗୋପନୀୟତା ପ୍ରସଙ୍ଗ ପାଇଁ ମୁହଁ ଫେରାଉଛନ୍ତି ମହିଳା ୟୁଜର୍

ଫେସବୁକକୁ ବଡ ଝଟକା । ଭାରତରେ କାରବାର ପାଇଁ ଚିନ୍ତାରେ ଫେସବୁକ୍ । ମେଟା କମ୍ପାନୀର ଏକ ରିସର୍ଚ୍ଚରୁ ବଡ ତଥ୍ୟ ସାମ୍ନାକୁ ଆସିଛି । ଭାରତରେ ଫେସବୁକରେ ସ୍ଥିତି ଭଲ ନଥିବା ଏଥିରୁ ଜଣାପଡିଛି । ଦେଶରେ ଫେସବୁକର ଅଭିବୃଦ୍ଧିରେ ହ୍ରାସ ପରିଲକ୍ଷିତ ହୋଇଛି । ଏହି ହ୍ରାସର ଦୁଇଟି ବଡ କାରଣ ମଧ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଫେସବୁକରେ ବୃଦ୍ଧି ପାଉଥିବା ନଗ୍ନତା ଓ ସୁରକ୍ଷା ଏବଂ ଗୋପନୀୟତା କମ୍ପାନୀ ପାଇଁ ଅଡୁଆ ବଢାଇଛି । ମେଟାର ଅନ୍ୟ କମ୍ପାନୀ ଯଥା ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ଜରିଆରେ ଫେସବୁକର ବୃଦ୍ଧି କମିଛି । କମ୍ପାନୀ ପ୍ରଥମ ଥର ପାଇଁ କୌଣସି ତ୍ରୈମାସିକରେ ହ୍ରାସର ସାମ୍ନା କରିଛି । ଫେସବୁକ ଆର୍ଥିକ ବିଭାଗର ମୁଖ୍ୟଙ୍କ କହିବାନୁସାରେ, ଅଧିକ ଇଣ୍ଟରନେଟର ଦାମ୍ ମଧ୍ୟ ଅଭିବୃଦ୍ଧିର ହ୍ରାସର କାରଣ । ଭାରତ ଫେସବୁକ ପାଇଁ ବିଶ୍ୱର ବଡ ବଜାର ମଧ୍ୟରୁ ଅନ୍ୟତମ ।

ମହିଳାଙ୍କ ସୁରକ୍ଷା ବଡ ଚିନ୍ତା

ମେଟା କମ୍ପାନୀର ରିପୋର୍ଟ ଅନୁସାରେ, ମହିଳାମାନେ ଫେସବୁକଠୁ ବିମୁଖ ହେଉଛନ୍ତି । ଏହାର କାରଣ ହେଉଛି ସେମାନଙ୍କ ସୁରକ୍ଷା ଏବଂ ଗୋପନୀୟତା । ଏହି କାରଣ ପୂର୍ବରୁ କେଉଁ ରିପୋର୍ଟରେ ଜଣାପଡିନଥିଲା । ସେହିପରି ରୟଟର୍ସର ଏକ ରିପୋର୍ଟ ଅନୁସାରେ, କଣ୍ଟେଣ୍ଟ ସୁରକ୍ଷା ଓ ମନଇଚ୍ଛା କଣ୍ଟେଣ୍ଟ ମହିଳାଙ୍କ ମୋହ ଭାଙ୍ଗିବାର ବଡ କାରଣ । ଏହାସହ ମହିଳାଙ୍କୁ ପଛରେ ଛାଡି ଭାରତରେ ସଫଳତା ମିଳିବ ନାହିଁ ବୋଲି ମେଟା କହିଛି ।

ନଗ୍ନତା ବଡ ସମସ୍ୟା

ମେଟାର ରିପୋର୍ଟରେ ଆହୁରି ଜଣାପଡିଛି ଯେ, ନଗ୍ନ କଣ୍ଟେଣ୍ଟ ଫେସବୁକର ଅଭିବୃଦ୍ଧିରେ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ଏହା ପଛର କାରଣ ଆପ୍ ଡିଜାଇନ, ସ୍ଥାନୀୟ ଭାଷା ଓ ସାକ୍ଷରତା । ଅନେକ ନଗ୍ନ କଣ୍ଟେଣ୍ଟ ସେୟାର କରୁଛନ୍ତି । ଯାହା ସମସ୍ତଙ୍କୁ ପସନ୍ଦ ଆସିନଥାଏ । ଭିଡିଓ କଣ୍ଟେଣ୍ଟ ଖୋଜୁଥିବା ୟୁଜର ମଧ୍ୟ ବିମୁଖ ହେଉଛନ୍ତି । ତେବେ ରିସର୍ଚ୍ଚ ଅନୁସାରେ ଏହି ସବୁ କାରଣ ହଜାର ହଜାର ୟୁଜର୍ସଙ୍କ ସହ ସର୍ଭେ କରାଯାଇ ପ୍ରସ୍ତୁତ କରାଯାଇଛି ।

Show More

Related Articles

Back to top button