ଦେଶ ବିଦେଶମୁଖ୍ୟ ଖବର

ଦେଶରେ ବଢୁଛି କରୋନା ଗ୍ରାଫ୍

ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଏକ ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ବୁଧବାର ଦୈନିକ ସଂକ୍ରମଣ ୨ ଲକ୍ଷ ମୁହାଁ ହୋଇଛି । ଏହାମଧ୍ୟରେ ଭାରତ ସରକାର ଆଉ ୮ଟି ଦେଶକୁ ରିସ୍କ ନେସନ୍ ବା ବିପଦ ଥିବା ଦେଶ ତାଲିକାରେ ରଖିଛନ୍ତି । ଏହି ୮ ଦେଶ ହେଲା କାଜାଖସ୍ତାନ, ଇଥିଓପିଆ,

ଘାନା, କଙ୍ଗୋ, କେନିଆ, ନାଇଜେରିଆ, ଟ୍ୟୁନିସିଆ ଓ ଜାମ୍ବିଆ । ସରକାର ଏବେ ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ଚାଇନା, ନ୍ୟୁଜିଲାଣ୍ଡ, ୟୁକେ, ବୋଟସଓ୍ୱାନା, ଘାନା, ମରିସସ, ଜିମ୍ବାଓ୍ୱେ, ତାଞ୍ଜାନିଆ,

ହଂକଂ, ଇସ୍ରାଏଲ, କଙ୍ଗୋ, ଇଥିଓପିଆ, ଘାନା, କାଜାକସ୍ତାନ, କେନିୟା, ନାଇଜେରିଆ, ଟନସିନିଆ ଓ ଜାମ୍ବିଆକୁ ରିସ୍କ ନେସନ୍ ତାଲିକାଭୁକ୍ତ କରିଛନ୍ତି । ଏହି ଦେଶରୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କଡା ନଜର ରଖାଯାଉଛି । ଏହି ସବୁ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଅଧିକ କଟକଣା ରହିଛି । ସେମାନଙ୍କୁ ଆରଟି ପିସିଆର ଟେଷ୍ଟ ବାଧ୍ୟତାମୂଳକ ସହ ୭ ଦିନ କ୍ୱାରେଣ୍ଟାଇନରେ ରହିବାକୁ ହେବ । କ୍ୱାରେଣ୍ଟାଇନରେ ରହିବା ପରେ ଆଉ ଥରେ କରୋନା ଟେଷ୍ଟ୍ କରିବାକୁ ହେବ ବୋଲି ନିର୍ଦ୍ଦେଶ ରହିଛି ।

Show More

Related Articles

Back to top button