Breaking PLUSଓଡ଼ିଶାମୁଖ୍ୟ ଖବର

ବିପଦ ସଂକେତ ଉପରେ ବୈତରଣୀ ନଦୀର ଜଳସ୍ତର

ତଳିଆ ଅଞ୍ଚଳରେ ବଢୁଛି ପାଣି

ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ସକାଳ ସମୟରେ ସ୍ଥିର ରହିଛି । ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ ଥିବାବେଳେ ବିଳମ୍ବିତ ରାତିରେ ୧୮.୩୫ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଥିଲା । ସକାଳ ସମୟରେ ଜଳସ୍ତର ସ୍ତର ଖସି ୧୮.୩୧ରେ ପ୍ରବାହିତ ହେଉଛି । ଅନ୍ୟପଟେ କଣ୍ଟିଘାଇ ଦେଇ ବନ୍ୟାଜଳ ଚାଷ ଜମି ଓ ଜନବସତିକୁ ପ୍ରବେଶ କରିଛି । ଭଣ୍ଡାରିପୋଖରୀ ବ୍ଲକର ୬ଟି ପଂଚାୟତ ଓ ଧାମନଗର ବ୍ଲକର ୩ଟି ପଞ୍ଚାୟତରେ ବନ୍ୟା ଜଳ ମାଡିଥିବା ବେଳେ ତଳିଆ ଅଞ୍ଚଳରେ ପାଣି ପଶିଛି ।

ଭଦ୍ରକ ଆଖଣ୍ଡଳମଣୀ ରାସ୍ତାର ଅସୁରାଳୀ ରେବ ପୋଲ ନିକଟରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ପ୍ରଶାସନ ତରଫରୁ ନିଯୁକ୍ତ ନୋଡାଲ ଅଫିସରଙ୍କ ଟିମ୍ ବିଭିନ୍ନ ଅଞ୍ଚଳ ଉପରର ନଜର ରଖିଛନ୍ତି । ତେବେ ବୈତରଣୀ ନଦୀରେ ବନ୍ୟା ଜଳ ରାତି ସୁଦ୍ଧା ବିପଦ ସଂକେତ ତଳକୁ ଖସିବାର ସମ୍ଭାବନା ରହିଛି । ଉପରମୁଣ୍ଡରେ ଜଳସ୍ତର ହ୍ରାସ ହେଉଥିଲେ ମଧ୍ୟ ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିପାରେ । ପ୍ରଶାସନ ତରଫରୁ କେନ୍ଦୁଝର ଜିଲ୍ଲାରେ ହେଉଥିବା ବର୍ଷାର ପରିମାଣକୁ ଦେଖି ବନ୍ୟାର ପରବର୍ତ୍ତୀ ସ୍ଥିତି ଆକଳନ କରାଯାଉଛି ।

Show More

Related Articles

Back to top button