ଓଡ଼ିଶା

ଭୁବନେଶ୍ୱରରେ ଘନକୁହୁଡ଼ିର ଆସ୍ତରଣ ।

ଗାଡି ଚଳାଚଳରେ ସାମାନ୍ୟ ଅସୁବିଧା

ଭୁବନେଶ୍ୱରରେ ଘନକୁହୁଡ଼ିର ଆସ୍ତରଣ । ଭୋର ୫ଟାରୁ ୭ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ଘନ କୁହୁଡ଼ିର ଆସ୍ତରଣ । ୨୦୦ ମିଟର ଭିଜିବିଲିଟି ରହିଥିବାରୁ ଯାତାୟତ କରିବାରେ ସାମାନ୍ୟ ଅସୁବିଧା ହେଉଥିବା ଦେଖିବାକୁ ମିଳିଥିଲା । ତେବେ ୭ଟା ପରେ କୁହୁଡ଼ାର ଆସ୍ତରଣ ଟିକିଏ କମିଛି । କିନ୍ତୁ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଏଭଳି କୁହୁଡ଼ି ଜାରି ରହିବ ବୋଲି ସୂଚନା ମିଳିଛି । ସେହିପରି ଭୁବନେଶ୍ୱର ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ଆଜି ସକାଳୁ କୁହୁଡି ଦେଖିବାକୁ ମିଳିଛି।

ସମଗ୍ର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ରହିବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୧୭ ତାରିଖରୁ ପୁଣି ବର୍ଷା ହେବାର ଅଛି। ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଟିକିଏ ଅଧିକ ହେବାର ସମ୍ଭାବନା ରହିଛି। ଦକ୍ଷିଣ ଆଣ୍ଡମାନ ସଗାରରେ ଥିବା ଲଘୁଚାପ ଆଜି ଓ୍ୱେଲମାର୍କ ଲୋରେ ପରିଣତ ହେବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Show More

Related Articles

Back to top button