Breaking PLUSଓଡ଼ିଶାମୁଖ୍ୟ ଖବର

ବିନିକା ଅଞ୍ଚଳରେ ଘନ କୁହୁଡି ସହ ଶୀତ ଲହରୀ ଜାରି

ଜନଜୀବନ ଅସ୍ତବ୍ୟସ୍ତ

ମେଘୁଆ ପାଗ ପରେ ଏବେ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଘନ କୁହୁଡି ଓ ହାଡଭଙ୍ଗା ଶୀତର ଲହରୀ ଜାରି ରହିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ ୯ଟା ଯାଏଁ ବିନିକା ଅଞ୍ଚଳରେ ଘନ କୁହୁଡି ଆଚ୍ଛାଦିତ ହୋଇ ରହିତିଲା ।

ସତେ ଯେମିତି ଧଳା ଚାଦରରେ ଢାଙ୍କି ହୋଇ ରହିଛି ଧରିତ୍ରୀ ରାଣୀ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ସାହାରା ନେଉଛନ୍ତି । ଚା’ଦୋକାନ ଗୁଡିକରେ ଲୋକଙ୍କ ଭିଡ ଜମୁଛି । ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ସଞ୍ଜ ନଇଁଗଲେ ଗାଁଗୁଡିକରେ ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁର ସାହାରା ନେଉଛନ୍ତି ।

Show More

Related Articles

Back to top button