Breaking PLUSଓଡ଼ିଶାମୁଖ୍ୟ ଖବର

ବିଧାନସଭାରେ ପାରିତ ହେଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମ୍ପର୍କୀୟ ଖର୍ଚ୍ଚ

୭୨୬୩,୪୦,୪୭,୦୦୦ କୋଟି ଅନୁମୋଦନ

ବିଧାନସଭାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମ୍ପର୍କୀୟ ଖର୍ଚ୍ଚ ଦାବି ପାରିତ । ବିଭାଗର ୭୨,୬୩,୪୦,୪୭,୦୦୦ ଟଙ୍କା ଗୃହର ଅନୁମୋଦନ ଲାଭ କରିଛି । ଆଲୋଚନା ବେଳେ ସ୍ୱଚ୍ଛତା ଓ ଡ୍ରେନେଜ ସମସ୍ୟା ନେଇ ବିଧାୟକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବାବେଳେ ସହରରେ ସଫେଇ ଠିକ ଭାବେ ହେଉ ନାହିଁ, ବର୍ଷା ଦିନେ ଡ୍ରେନ ସଫା ହେଉ ନଥିବା ଓ ମୁକୁଳା ଡ୍ରେନ କାରଣରୁ ଅନେକ ସମସ୍ୟା ଉପୁଜୁଥିବା ବିଧାୟକମାନେ ଅଭିଯୋଗ ଆଣିଥିଲେ ।

ଏପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ସ୍ୱଚ୍ଛତା ଉପରେ ସରକାର ଫୋକସ ରଖିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ସ୍ବେଛାସେବୀ ଓ ତୃତୀୟ ଲିଙ୍ଗୀଙ୍କୁ ନିୟୋଜିତ କରାଯାଇଛି ।

Show More

Related Articles

Back to top button