Breaking PLUSଆଇନ କାନୁନବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ହାଇକୋର୍ଟର ଦ୍ୱାରସ୍ଥ ହେଲେ ବାବୁସାନ ମହାନ୍ତି

କଟକ : ହାଇକୋର୍ଟର ଦ୍ୱାରସ୍ଥ ହେଲେ ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ବାବୁସାନ । ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଦାୟର ମାମଲାରେ ଅଭିଯୁକ୍ତ ଅଛନ୍ତି ବାବୁସାନ। ତାଙ୍କ ନାଁରେ ଦଫା ୪୯୮(କ), ୫୦୬ରେ ମାମଲା ରୁଜୁ ହୋଇଛି। ଗିରଫ ହେବା ଭୟରେ ସେ ହାଇକୋର୍ଟ ଯାଇଥିବା ସୂଚନା ମିଳିଛି। ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ପ୍ରକୃତି ଓ ବାବୁଶାନ୍‌ଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ ଦଫା ୪୯୮(କ) ଓ ୫୦୬ରେ ମାମଲା ରୁଜୁ କରି ହାଜର ହେବା ପାଇଁ ନୋଟିସ୍‌ କରିଥିଲା। ହେଲେ ଦୁଇଦିନ ହେଲା ସେ ହାଜର ହେଉନଥିଲେ। ଆଜି ସେ ଭୁବନେଶ୍ୱରରେ ପହଞ୍ଚିଥିଲେ ମଧ୍ୟ ହାଜର ହୋଇ ନାହାନ୍ତି। ବାବୁଶାନଙ୍କ ବିରୋଧରେ ଘରୋଇ ହିଂସା ଓ ଧମକ ଦେବା ପରି ଅଭିଯୋଗ ଥିବାରୁ କାଳେ ଜେରା ବେଳେ ପୁଲିସ ଗିରଫ କରିଦେବ ସେହି ଭୟରେ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

Show More

Related Articles

Back to top button