ବାଣିଜ୍ୟ

ଆମେରିକା ଗୁଚି ଷ୍ଟୋରରେ ଏବେ କ୍ରିପ୍ଟୋ କରେନ୍ସୀରେ ହୋଇପାରିବ କିଣାକିଣି

ଇଟାଲୀର ପ୍ରଶିଦ୍ଧ ଲଗଜୁରି ବ୍ରାଣ୍ଡ ଗୁଚି ଆମେରିକାର କିଛି ଷ୍ଟୋରରେ ସିଧାଶଳଖ କ୍ରିପ୍ଟୋ କରେନ୍ସୀ ଦେଇ କିଣାକିଣି କରାଯାଇପାରେ।

ଗ୍ରାହକ ବିଟ କଏନ, ଏଥେରିୟମ ଓ ଲାଇଟ କଏନ ମାଧ୍ୟମରେ କିଣାକିଣି କରିପାରିବେ। ଆମେରିକାରେ ଏହି ସୁବିଧା ଚଳିତମାସ ଶେଷ ସୁଦ୍ଧା ଆରମ୍ଭ ହୋଇଯିବ। ଲସ୍ ଏଞ୍ଜେଲସର ରୋଡିଓ ଡ୍ରାଇଭ ଓ ନ୍ୟୁୟର୍କର ବୁଷ୍ଟର ଷ୍ଟ୍ରିଟ୍‌ରେ ଥିବା ଗୁଚି ଷ୍ଟୋରରେ ଏହି ସୁବିଧା ସର୍ବପ୍ରଥମେ ଉପଲବ୍ଧ ହେବ। ଗୁଚି ଏହା ବି କହିଛନ୍ତି ଯେ ସେ ଶିବାୟିନୁ ଓ ଡଗକଏନରେ ବି ଦେୟ ଗ୍ରହଣ କରିପାରିବେ।

କଥିତ ରୂପେ ଏହି ଦୁଇଟି ମିମ୍ କ୍ରିପ୍ଟୋ କରେନ୍ସୀ ଯାହାକୁ ନୂଆ ନୂଆ ବେଳେ ମଜାରେ ମଜାରେ ଆରମ୍ଭ କରାଯାଇଥିଲା। କ୍ରିପ୍ଟୋ କରେନ୍ସରେ ପୈଠ କରୁଥିବା ଗ୍ରାହକଙ୍କୁ କ୍ୟୁଆର କୋଡ ସହିତ ଇ-ମେଲ ପଠାଯିବ। ଗୁଚି କହିଛନ୍ତି ଯେ ଉତ୍ତର ଆମେରିକାର ସମସ୍ତ ଷ୍ଟୋରରେ ଏବେ ଏହି ସୁବିଧା ଖୁବ ଶୀଘ୍ର ଆମ ଉପଲବ୍ଧ କରିବୁ। ତେବେ ଏହା ପୂର୍ବରୁ ମାଇକ୍ରୋସଫ୍ଟ, ଏଟି ଏଣ୍ଡ ଟି ଓ ଷ୍ଟାର ବକ୍ସ ଅନେକ ପୂର୍ବରୁ କ୍ରିପ୍ଟୋ କରେନ୍ସୀ ସ୍ୱାକାର କରୁଛନ୍ତି।

Show More

Related Articles

Back to top button